ବିଜେବି ହାୟର ସେକେଣ୍ଡାରୀ ସ୍କୁଲରେ ଛାତ୍ରଙ୍କୁ ମାଡ ମାରିବା ଘଟଣା: ୪ ଛାତ୍ରଙ୍କୁ ନିଲମ୍ବିତ କଲା କଲେଜ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ବିଜେବି ହାୟର ସେକେଣ୍ଡାରୀ ସ୍କୁଲରେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ୪ ଛାତ୍ରଙ୍କୁ ନିଲମ୍ବିତ କଲା କଲେଜ। ଏନେଇ କଲେଜ ପରିସରରେ ଲାଗିଲା ନୋଟିସ୍‌। ପୂର୍ବରୁ ୪ ଜଣଙ୍କୁ ଗିରଫ ଘୋଷଣା କରିଥିଲା ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି। ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଯାଇଛି। ଏହା ସହ କଲେଜ ପରିସର ବାହାରେ ଛାତ୍ରଛାତ୍ରୀ ବସିପାରିବେନି । ଆଜି ଷ୍ଟାଫ୍‌ କାଉନସିଲ ବୈଠକ ପରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପ୍ରିନ୍ସିପାଲ ।

ସେପଟେ ଏହା ରାଗିଂ ନୁହେଁ ବ୍ୟକ୍ତିଗତ କାରଣରୁ ଗଣ୍ଡଗୋଳ ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଜଣେ ଛାତ୍ରୀ ସହ ଅନ୍ୟ ଜଣେ ଛାତ୍ରଙ୍କ ଯିବା ଆସିବାକୁ ଅନ୍ୟ କିଛି ଛାତ୍ର ବିରୋଧ କରିଥିଲେ । ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗତକାଲି ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ମାଡରେ ଲହୁଲୁହାଣ ହୋଇଥିଲେ ପ୍ରଥମ ବର୍ଷର ଛାତ୍ର ।

ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପରିବାର । .. ସେପଟେ ସମସ୍ତ କଲେଜରେ ଆଣ୍ଟି ରାଗିଙ୍ଗ କମିଟି ଗଠନ ହୋଇଛି । ରାଗିଂ ନେଇ କୌଣସି ଅଭିଯୋଗ ଆସିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.