Below header

ହଠାତ ଆକାଶରେ ଦେଖାଦେଲା ଏକ ବିରାଟ ନିଆଁ ପିଣ୍ଡୁଳା, କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା ପୂରା ଅଞ୍ଚଳ

ମଙ୍ଗଳବାର ମେକ୍ସିକୋ ଆକାଶରେ ହଟାତ ଏକ ବିରାଟ ଆକାରର ଅଗ୍ନିପିଣ୍ଡୁଳା ଦୃଶ୍ୟମାନ ହୋଇଥିଲା । ଏହି ପିଣ୍ଡୁଳା ପ୍ରଭାବରେ କିଛି ସମୟ ପାଇଁ ଆକାଶ ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଯାଇଥିଲା । ସାଧାରଣ ଲୋକେ କିଛି ବୁଝିବା ଆଗରୁ ହିଁ ଉତ୍ତର-ପଶ୍ଚିମ ଆକାଶରେ ଧଳା ରଙ୍ଗର ଉଜ୍ଜ୍ୱଳ ଆଲୋକଟି ଆଖିପିଛୁଳାକେ ଗତି କରିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୀର୍ଘ ସମୟ ଧରି ଏହି ଉଜ୍ଜ୍ୱଳ ଆଲୋକଟି ଦୃଶ୍ୟମାନ ହୋଇଥିଲା । ସ୍ଥାନୀୟ ସିସି ଟିଭି ଦ୍ୱାରା ଉତ୍ତୋଳନ ହୋଇଥିବା ତଥା ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉଠାଯାଇଥିବା ସେହି ସମୟର କେତେକ ଫଟୋ ତଥା ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରାଲ ହେବାରେ ଲାଗିଛି ।

meterorite

ଏକ ସମ୍ବାଦ ସରବରାହ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଉଲକାପିଣ୍ଡ ପରି ଦେଖାଯାଉଥିବା ଏହି ନିଆଁ ପିଣ୍ଡୁଳା ମେକ୍ସିକୋ ବ୍ୟତୀତ ମୋଣ୍ଟେରାରି ଆକାଶରେ ବି ଦୃଶ୍ୟମାନ ହୋଇଥିଲା । ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ବିଭିନ୍ନ ସୂତ୍ରରୁ ଜଣାଯାଇଛିଯେ ପୃଥିବୀ ମଧ୍ୟକୁ ପ୍ରବେଶ କରିବା କ୍ଷଣି ଏହି ଉଲକାପିଣ୍ଡଟି ଖଣ୍ଡ ଖଣ୍ଡ ହୋଇ ବାୟୁ ମଣ୍ଡଳରେ ବିଛୁରିତ ହୋଇ ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମେକ୍ସିକୋ ସ୍ଥିତ ଯୁକାଟାନ ଉପଖଣ୍ଡରେ ଏହି ଉଲକାପିଣ୍ଡର ଭଗ୍ନାବଶେଷ ପଡିଥିଲା । ଆଉ ଏହା ପ୍ରଭାବରେ କିଛି ସମୟ ପାଇଁ ଘଣ୍ଟା ପ୍ରତି ୧୧ ମାଇଲ ବେଗରେ ପବନ ବହିଥିଲା । ଆମେରିକା ସ୍ଥିତ ନ୍ୟାସନାଲ ହରିକେନ ସେଣ୍ଟର ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଦ୍ଵିତୀୟ ସ୍ତରର ଝଡ ଭାବରେ ଗଣା କେନକେନ, ଓ ପ୍ଲାୟା ଡେଲ କାରମେନ ଲୋକପ୍ରିୟ ପର୍ଯ୍ୟଟକ ରିସୋର୍ଟ ମଧ୍ୟ ବର୍ତ୍ତୀ ସ୍ଥାନରେ ହିଁ ଧକ୍କା ହୋଇ ଗତି କରିଥିଲା । କହିରଖିବା ଉଚିତ ହେବଯେ, ମହାକାଶରେ ବିଭିନ୍ନ ଭଗ୍ନା ବଶେଷରୁ ହିଁ ଏହି ଉଲକାପିଣ୍ଡର ସୃଷ୍ଟି ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.