ନେହା କକ୍କରଙ୍କ ‘ମିଲେ ହୋ ତୁମ ହମକୋ’ ୧୦୦ କୋଟି ଭିୟୁଜ ଅତିକ୍ରମ କରିବାରେ ଭାରତର ପ୍ରଥମ ଗୀତ, ସେୟାର କଲେ ଏହି ଖାସ Video

ବଲିଉଡ ସିଙ୍ଗର ନେହା କକ୍କର ଓ ଟୋନି କକ୍କରଙ୍କ ଗୀତ ‘ମିଲେ ହୋ ତୁମ ହମକୋ’ ୧୦୦ କୋଟି ଭିୟୁଜ ପାର କରିଛି। ଏହା ଭାରତର ପ୍ରଥମ ଗୀତ, ଯାହାକୁ ୧ ବିଲିୟନ(୧୦୦ କୋଟି) ଭିୟୁଜ ମିଳିଛି। ଏହାରି ଭିତରେ ନେହା ଓ ଟୋନି ଫ୍ୟାନମାନଙ୍କୁ ଧନ୍ୟବାଦ ଦେବାକୁ ଯାଇ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ରୋହନପ୍ରୀତ ସିଂ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

neha3

ରୋହନପ୍ରୀତ ଲେଖିଛନ୍ତି, ‘ଭଗବାନଙ୍କ ପ୍ରିୟର ମଣିଷ ତୁମେ, ତୁମ ଦୁଇଜଣଙ୍କୁ ମୁଁ ବହୁତ ଭଲ ପାଏ, ପାର୍ଟି’। ଏହାସହିତ ରୋହନପ୍ରୀତ କଳା ରଙ୍ଗର ଦୁଇଟି ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।

କହି ରଖୁଛୁ, ଟୋନି କକ୍କର ଏହି ଗୀତକୁ କମ୍ପୋଜ କରିଛନ୍ତି ଏବଂ ଲେଖିଛନ୍ତି। ସୂଚନାଥାଉ କି, ନେହା ଓ ରୋହନପ୍ରୀତଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ସେମାନଙ୍କ ନିର୍ବନ୍ଧର ଏକ ଫଟୋ ମଧ୍ୟ ଭାଇରଲ ହୋଇଥିଲା।

neha23

ତେବେ ଏହା ଫେକ ବି ହୋଇପାରେ। କାରଣ, ନେହାଙ୍କର ଜଣେ ସାଙ୍ଗ ଏକ ଚ୍ୟାନେଲକୁ କହିଥିଲେ ଯେ ନେହାଙ୍କ ବିବାହ ଖବର ମିଥ୍ୟା। ସେ ଏବେ ବିବାହ କରୁନାହାନ୍ତି। ଏହି ଖବର ସେତିକି ମିଥ୍ୟା, ଯେତିକି ଆଦିତ୍ୟ ନାରାୟଣ ଏବଂ ନେହାଙ୍କ ବିବାହ ଖବର ଥିଲା।

 

View this post on Instagram

 

#MileHoTumHumko @tonykakkar ♥️🙌🏼 1st Indian Love Song to reach #1Billion Views @zeemusiccompany @youtubeindia 🤗

A post shared by Neha Kakkar (@nehakakkar) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.