Below header

ହାଇଦ୍ରାବାଦ ଓ ଉନ୍ନାଓ ପରେ ଏବେ ଫତେହପୁରରେ ପୈଶାଚିକ କାଣ୍ଡ, ଦୁଷ୍କର୍ମ କରି ଯୁବତୀଙ୍କୁ ଜିଅଁନ୍ତା ଜାଳିଦେଲେ ଦାଦା

ସାରାଦେଶରେ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସମସ୍ତଙ୍କ ମନରେ ଏକ ଆଲୋଡନ ସୃଷ୍ଟି ହୋଇଛି। ତେବେ ଏହି ସମୟରେ କିଛି ଭଦ୍ରମୁଖା ପିନ୍ଧା ଲୋକ ନିଜ ଭିତରେ ମଧ୍ୟ ସେହି ସୈତାନକୁ ଲୁଚାଇ ରଖି ଉପରେ ସମବେଦନା ଦେଖାଉଛନ୍ତି। କାରଣ ଦିନକୁ ଦିନ ଏହିଭଳି ଘଟଣା ବୃଦ୍ଧି ପାଉଥିବା ବେଳେ କମିବାର ନା ନେଉନି। ତେବେ ନିକଟରେ ପୁଣି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିବା ପରେ ଆପଣଙ୍କ ପାଦତଳୁ ମାଟି ଖସି ଯାଇପାରେ। ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ମୃତ୍ୟୁ ପାଇଁ ମନରୁ କ୍ରୋଧ ଓ ଅବଶୋଷର ଦ୍ବୀପ ଲିଭିନାଥିବା ବେଳେ ଉତ୍ତରପ୍ରଦେଶରେ ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଏଥିରେ କୌଣସି ପରଲୋକ ନୁହେଁ ବରଂ ଦୁଷ୍କର୍ମ କରି ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ନିଜର ସମ୍ପର୍କୀୟ ଚାଚା ।

Image result for misdeed-with-woman-and-burnt-alive in fatehpur

ସୂଚନା ଅନୁଯାୟୀ ଫତେହପୁର ହୁସେନଗଞ୍ଜ ଅଂଚଳର ଏକ ଗ୍ରାମରେ ଜଣେ ଯୁବକ ଘରେ ଏକା ଦେଖି ୧୮ ବର୍ଷୀୟା ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ଆଉ ତାପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇ ଖସି ପଳାଇ ଯାଇଥିଲେ । ପିଡୀତାଙ୍କ ବାପାଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ଉପରେ ସମ୍ପର୍କୀୟ ଦାଦା ଯାହାର ବୟସ ୨୨ ବର୍ଷ ସେ ଖରାପ ନଜର ରଖିଥିଲେ । ତେବେ ସୁଯୋଗ ପାଇ ଝିଅ ଘରେ ଏକା ଥିବା ଦେଖି ଆଜି ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଯୁବତୀ ଜଣକ ଏହାକୁ ବିରୋଧ କରି ପରିବାରରେ ସମସ୍ତଙ୍କୁ ଜଣାଇଦେବେ ବୋଲି କହିବାରୁ ପିଶାଚ ଦାଦା ତାଙ୍କ ଉପରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ ।

 

Image result for misdeed-with-woman-and-burnt-alive in fatehpur

ନିଆଁରେ ଛଟପଟ ହୋଇ ଯୁବତୀ ଜଣକ ଚିତ୍କାର କରିଥିଲେ ଯାହା ଶୁଣି ଗାଁ ଲୋକ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ ଏବଂ ତୁରନ୍ତ ତାକୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଯାଇଥିଲେ । ମହିଳା ଥାନାଧିକାରୀ ଯୁବତୀଙ୍କ ବୟାନ ରେକର୍ଡ଼ କରିବା ସହିତ ଅଭିଯୁକ୍ତଙ୍କୁ ଖୋଜିବା ଚେଷ୍ଟା କରୁଛନ୍ତି । ଏପଟେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.