ରୁମାଲରେ ଇସାରା ଦେବେ ଜେଲର, ଆଉ ତା’ପରେ ନିର୍ଭୟା ଅଭିଯୁକ୍ତଙ୍କ ସହ ଏମିତି କରିବେ ଘାତକ

ନିର୍ଭୟା ମାମଲାର ଦୋଷୀଙ୍କୁ ଆଉ ମାତ୍ର ଦିନ କେଇଟା ପରେ ମିଳିବ ଫାଶୀ। ଡିସେମ୍ବର ୧୮ ତାରିଖରେ ଏହି ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ସମୟ ଧାର୍ଯ୍ୟ କରାଯାଇଛି। କୋର୍ଟ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ କରିଛନ୍ତି। ଅକ୍ଷୟ ନିଜ ଓକିଲ ଜରିଆରେ ଏକ ଚିଠି ଲେଖି କହିଥିଲେ ଯେ ଏମିତିରେ ଦିଲ୍ଲୀର ପ୍ରଦୂଷଣ ଯୋଗୁ ଲୋକମାନଙ୍କର ଆୟୁଷ କମିଯାଉଛି। ଏଣୁ ଫାଶୀ ଦେବା କ’ଣ ଆବଶ୍ୟକ ବୋଲି କହିଥିଲେ। ଏଣୁ ତାଙ୍କୁ ଫାଶୀ ନଦେବାକୁ ସେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାହାକୁ ଖାରଜ କରିଦେଇଥିଲା। ପୂର୍ବରୁ ଜୁଲାଇ ମାସରେ ଅନ୍ୟ ତିନି ଦୋଷୀ ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ଆବେଦନକୁ କୋର୍ଟ ଖାରଜ କରିଥିଲେ।

ତେବେ ଫାଶୀ ଦଣ୍ଡାଦେଶ ସମ୍ପର୍କରେ ଏବେ ଆଉ ଏକ କଥା ସାମ୍ନାକୁ ଆସିଛି। ଫାଶୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ କେବଳ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେବା ବାକି ଅଛି। ଘାତକ ଅଭିଯୁକ୍ତକୁ କଳା ପୋଷାକ ପିନ୍ଧାଇ ମୁଣ୍ଡରେ କଳାକନା ଘୋଡ଼ାଇବା ପରେ ଜେଲରଙ୍କ ଇସାରା ଅପେକ୍ଷାରେ ରହିବ। ଜେଲର ରୁମାଲ ପକାଇ ଇସାରା ଦେବା ପରେ ଘାତକ ଫାଶୀଖୁଣ୍ଟର ଲିଭରକୁ ଟାଣି ଦେବ। ଲିଭର ଟାଣିବା ପରେ ତଳେ ଥିବା ବାକ୍ସ ଖୋଲିଯିବ ଓ ଅଭିଯୁକ୍ତ ଫାଶୀରେ ଓହଳିପଡ଼ିବ। ଦୁଇଘଣ୍ଟା ପରେ ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିର ମୃତ୍ୟୁ ଘଟିଛି କି ନାହିଁ ଯାଞ୍ଚ କରିବେ।

ହୃଦସ୍ପନ୍ଦନ ବନ୍ଦ ହେବା ନେଇ ସ୍ପଷ୍ଟ ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବେ। ପରେ ତାଙ୍କୁ ଫାଶୀରୁ ଓହ୍ଲାଇ ଦିଆଯାଏ। ଫାଶୀ ଦେବା ବେଳେ ଜେଲରେ କୌଣସି କାମ କରାଯିବ ନାହିଁ। ଫାଶୀ ଲାଗିସାରିବା ପରେ ଜେଲର ମୁଖ୍ୟ ଫାଟକ ଖୋଲାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.