ଘରେ କଳାକନା ବୁଲାଇଦେଲା ଲୁଟେରା ବଧୂ, ପ୍ରଥମ ହାତରନ୍ଧା ଖାଦ୍ୟରେ ପରିବାରକୁ ନିଶାଦ୍ରବ୍ୟ ଦେଇ ଲୁଟିନେଲା ଟଙ୍କା ଓ ଅଳଙ୍କାର

ଉତ୍ତର ପ୍ରଦେଶର  ବଦାୟୁଂ ଜିଲ୍ଲାରେ  ଜଣେ  ଯୁବତୀ ନିଜ ଶାଶୁଘରୁ  ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଫେରାର ହୋଇଯାଇଛି।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା  ମୁତାବକ ନବବଧୂ ଜଣକ ପରିବାରଲୋକଙ୍କୁ ପ୍ରଥମ ହାତରନ୍ଧା ଖାଦ୍ୟ ଖାଇବାକୁ ଦେବା ବେଳେ ଖାଇବାରେ କିଛି ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ।  ପରେ ସେହି  ଖାଦ୍ୟକୁ ପରିବାରର ସମସ୍ତ ସଦସ୍ୟଙ୍କୁ ପରଷି ଦେଇ ଥିଲେ। ଯାହା ଫଳରେ ସେହି ନିଶା ଦ୍ରବ୍ୟ ଖାଇ  ପରିବାରର ସମସ୍ତ ସଦସ୍ୟ ନିଶାରେ ଅଚେତ ହୋଇଯାଇଥିଲେ । ପରେ ନବବଧୂ ଜଣକ ଘରୁ ସବୁ ଅଳଙ୍କାର ନେଇ ଚମ୍ପଟ ମାରିଥିଲା । ସକାଳୁ ପରିବାର ଲୋକେ ଆଖିଖୋଲି ଦେଖିବା ବେଳକୁ ଘରେ ଅଳଙ୍କାର ଓ ନଗଦ ଟଙ୍କା କିଛି ବି ନଥିଲା। ଏହି  ଘଟଣା ପରେ ପରିବାର ଲୋକେ ପୋଲିସର ଦ୍ବାରସ୍ଥ  ହୋଇଥିଲେ।

ପୋଲିସର କହିବା ମୁତାବକ ଏହି ଘଟଣାଟି  ଦାତାଗଂଜ କୋତବାଲିର ଛୋଟାପଡା ମହଲା ଅଞ୍ଚଳର ଘଟିଛି । ୯ ଡିସେମ୍ବର  ଦିନ ପ୍ରବିଣ ନାମକ ଜଣେ ଯୁବକ ଆଜମଗଢର ଜଣେ  ଯୁବତୀଙ୍କ ସହ ବିବାହ କରିଥିଲେ । ପରିବାର ଲୋକଙ୍କ  ଅଭିଯାଗ ହେଲା ଗୁରୁବାର ଦିନ ନବବଧୂ ଜଣକ ଖାଦ୍ୟରେ ନିଶା ଦେଇ  ଘରୁ ସବୁ ଟଙ୍କା ଓ ଅଳଙ୍କାର ଲୁଟି ନେଇଛି । ସିଟି ଡିଏସପି ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଏକ କେସ ରୁଜୁ କରିଛନ୍ତି  ଓ ତଦନ୍ତ କରି  କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.