Below header

ମଣିପୁର: ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ଆଇଆର୍‌ବି ଯବାନଙ୍କ ଘର, ସଂଘର୍ଷରେ ଜଣେ ମୃତ, ୧୦ ଗୁରୁତର

ଥମୁନି ମଣିପୁର ହିଂସା। ରାଜ୍ୟର ଥୋବଲ ଜିଲ୍ଲାରେ ଉତ୍ତ୍ୟକ୍ତ ଲୋକେ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବି)ର ଜଣେ ଯବାନଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ମଙ୍ଗଳବାର ରାତିରେ ସମାରାମରେ ଘଟିଛି।

ଥମୁନି ମଣିପୁର ହିଂସା। ରାଜ୍ୟର ଥୋବଲ ଜିଲ୍ଲାରେ ଉତ୍ତ୍ୟକ୍ତ ଲୋକେ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବି)ର ଜଣେ ଯବାନଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ମଙ୍ଗଳବାର ରାତିରେ ସମାରାମରେ ଘଟିଛି।

ସଂଘର୍ଷରେ ଯେତେବେଳେ ରୋନାଲ୍ଡୋ ନାମକ ୨୭ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଥିଲା, ସେତେବେଳେ ୭୦୦-୮୦୦ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେମାନଙ୍କ ଗୋଷ୍ଠୀ ୪ କିଲୋମିଟର ଦୂର ୱାଙ୍ଗବଲରେ ଥିବା ତୃତୀୟ ଆଇଆରବି ଶିବିର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ଏବଂ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଲୁଟିବାକୁ ଚେଷ୍ଟା କରିଥିଲେ।

ସେନା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ଏବଂ ଲୁହବୁହା ଗ୍ୟାସ ଛାଡ଼ିବା ସହ ରବର ଗୁଳି ବ୍ୟବହାର କରିଥିଲା। ଅଧିକାରୀମାନେ କହିଛନ୍ତି, ଯେତେବେଳେ ଉତ୍ତ୍ୟକ୍ତ ଲୋକେ ଗୁଳି ଚଳାଇଥିଲେ, ସେତେବେଳେ ସେନା ଏହାର ଜବାବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଏହି ସମୟରେ କ୍ୟାମ୍ପ ଆଡକୁ ଯାଉଥିବା ଆସାମ ରାଇଫଲ୍ସର ଏକ ଦଳ ଉପରେ ଲୋକେ ଆକ୍ରମଣ କରିଥିଲେ। ସେମାନେ ଆସାମ ରାଇଫଲ୍ସର ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଗୁଳି ବାଜିଛି।

ସୂଚନା ମୁତାବକ, ଏହି ସଂଘର୍ଷରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଇମ୍ଫାଲର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.