ୟୁଜିସିର ନୂଆ ନିୟମ, ବିନା ପିଏଚଡିରେ ହୋଇପାରିବେ ଆସିଷ୍ଟାଣ୍ଟ ପ୍ରଫେସର

ନିୟମ ପରିବର୍ତ୍ତନ କରିଛି ୟୁଜିସି । ୟୁଜିସି ଅର୍ଥାତ୍‌ ୟୁନିଭରସିଟି ଗ୍ରାଣ୍ଟ କମିଶନ ପ୍ରଫେସର ନିଯୁକ୍ତି ପାଇଁ ନିୟମ ବଦଳାଇଛି । କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ । ନୂଆ ନିୟମ ୧ ଜୁଲାଇ ୨୦୨୩ରୁ ଲାଗୁ ହୋଇଯାଇଛି ।

ୟୁନିଭରସିଟି କିମ୍ବା କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ । ୟୁଜିସି ଅର୍ଥାତ୍‌ ୟୁନିଭରସିଟି ଗ୍ରାଣ୍ଟ କମିଶନ ପ୍ରଫେସର ନିଯୁକ୍ତି ପାଇଁ ନିୟମ ବଦଳାଇଛି । ଏଥିପାଇଁ କୌଣସି ପ୍ରାର୍ଥୀଙ୍କୁ ପିଏଚଡି କରିବା ଜରୁରୀ ନୁହେଁ । ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ଲାଗି ନେଟ୍, ସେଟ୍, ଏସଏଲଇଟି ହିଁ ସର୍ବନିମ୍ନ ମାନଦଣ୍ଡ ଭାବରେ ବିବେଚନା କରାଯିବ । ନୂଆ ନିୟମ ୧ ଜୁଲାଇ ୨୦୨୩ରୁ ଲାଗୁ ହୋଇଯାଇଛି ।

ୟୁନିଭରସିଟି ଗ୍ରାଣ୍ଟସ କମିଶନ(ୟୁଜିସି) ଏକ ବଡ ନିଷ୍ପତ୍ତି ନେଇଛି । ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଲାଗି ପିଏଚଡି କରିବାକୁ ଉଠାଇ ଦେଇଛନ୍ତି । ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦୀଶ କୁମାର ଟୁଇଟ୍ କରି ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ନିଯୁକ୍ତି ପାଇବାକୁ ପିଏଚଡି ଯୋଗ୍ୟତା ୧ ଜୁଲାଇ ୨୦୨୩ରୁ କେବଳ ଏକ ବିକଳ୍ପ ଭାବରେ ବିଚାର କରାଯିବ । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ମିନିମମ୍ କ୍ୱାଲିଫିକେସନ ଫର୍ ଆପଏଣ୍ଟମେଣ୍ଟ ଅଫ୍ ଟିଚର୍ସ ଆଣ୍ଡ ଅଦର ଏକାଡେମିକ୍ ଷ୍ଟାଫ ରେଗୁଲେସନ ୨୦୧୮ରେ ସଂଶୋଧନ କରିଛନ୍ତି । ଏବେ ନେଟ୍, ସେଟ୍, ଏସଏଲ୍ଏଟି ପରି ଯୋଗ୍ୟତା ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ନିଯୁକ୍ତି ପାଇବାର ସର୍ବନିମ୍ନ ଯୋଗ୍ୟତା ରହିବ ।

ୟୁଜିସିର ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଗାଇଡ ଲାଇନ୍ସ ମୌଖିକ ଭାବେ ମାର୍ଚ୍ଚ ମାସରେ ଘୋଷଣା କରିଥିଲେ । ଏହାକୁ ନେଇ ଲକ୍ଷ ଲକ୍ଷ ପ୍ରାର୍ଥୀ ଅଫିସିଆଲ ନୋଟିଫିକେସନକୁ ଚାହିଁ ବସିଥିଲେ । ଯାହାକୁ ଏବେ ୟୁଜିସି ଅଫିସିଆଲ ଭାବେ ଘୋଷଣା କରିଛି । ନୂଆ ନିୟମ ୧ ଜୁଲାଇ ୨୦୨୩ରୁ ଲାଗୁ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.