ମାର୍କେଟକୁ ଆସିଲା ଦମଦାର ଇଲେକ୍ଟ୍ରିକ୍ ବାଇକ , ୧୭୨ ଟଙ୍କା ଖର୍ଚ୍ଚ କଲେ ଚାଲିବ ମାସେ

Cyborg Armour କ୍ରୁଜର ଡିଜାଇନର ଇଲେକ୍ଟ୍ରିକ୍ ବାଇକ । ଏହା ଦେଶର ପ୍ରଥମ ଇଲେକ୍ଟ୍ରିକ୍ ବାଇକ ଯାହା କ୍ରୁଜର ଡିଜାଇନରେ ଆସିଛି । କମ୍ପାନୀ ଏହାକୁ ହାର୍ଲି ଡେଭିଡସନଙ୍କ ମଟର ସାଇକେଲ ଭଳି ଡିଜାଇନ ଦେଇଛି ।

ଭାରତୀୟ ବଜାରରେ କେବଳ ଇଲେକ୍ଟ୍ରିକ୍ ସ୍କୁଟି ନୁହେଁ ଇଲେକ୍ଟ୍ରିକ୍ ବାଇକ ର କ୍ରେଜ ମଧ୍ୟ ବଢିବାରେ ଲାଗିଛି । ମାର୍କେଟରେ ଅନେକ କମ୍ପାନୀ ତରଫରୁ ସ୍ପୋର୍ଟ୍ସ, ରୋଡଷ୍ଟର ଏବଂ ନେକ୍ଡ ଡିଜାଇନର ଇଲେକ୍ଟ୍ରିକ୍ ବାଇକ ଲଞ୍ଚ କରାଯାଇଛି । ଯେଉଁ ଲୋକମାନେ ଇଲେକ୍ଟ୍ରିକ୍ ସ୍କୁଟି କିଣିବାକୁ ଚାହୁଁନାହାନ୍ତି ସେମାନେ ଏହି ଇଲେକ୍ଟ୍ରିକ୍ ବାଇକ କିଣି ପାରିବେ । ଅନେକ ଇଲେକ୍ଟ୍ରିକ୍ ବାଇକ ରେ ଆପଣଙ୍କୁ ଇଲେକ୍ଟ୍ରିକ୍ ସ୍କୁଟିରୁ ବି ଅଧିକ ରେଞ୍ଜ ମିଳି ପାରିବ । କାରଣ ଏଥିରେ ବ୍ୟାଟେରୀ ଲଗାଇବା ପାଇଁ ଅଧିକ ସ୍ଥାନ ଥାଏ । ଏହି କାରଣରୁ କମ୍ପାନୀ ଏଥିରେ ବଡ଼ ବ୍ୟାଟେରୀ ଲଗାଇଥାଏ ଯେଉଁଥି ପାଇଁ ଏହାର ରେଞ୍ଜ ବଢ଼ିଯାଏ ।

ଆପଣ ଅନେକ ପ୍ରକାର ଇଲେକ୍ଟ୍ରିକ୍ ବାଇକ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ବାଇକ ବିଷୟରେ କହିବାକୁ ଯାଉଛୁ, ଯାହା ସମ୍ପୂର୍ଣ୍ଣ ଭିନ୍ନ । ତେବେ ଆମେ କହୁଛୁ Cyborg Armour ବାଇକ ବିଷୟରେ । ଏହା କ୍ରୁଜର ଡିଜାଇନର ଇଲେକ୍ଟ୍ରିକ୍ ବାଇକ । ଏହା ଦେଶର ପ୍ରଥମ ଇଲେକ୍ଟ୍ରିକ୍ ବାଇକ ଯାହା କ୍ରୁଜର ଡିଜାଇନରେ ଆସିଛି । ତେବେ ଏହି ବାଇକରେ କଣ ଖାସ ରହିଛି ଆସନ୍ତୁ ଜାଣିବା ।

କମ୍ପାନୀ ଏହାକୁ ହାର୍ଲି ଡେଭିଡସନଙ୍କ ମଟର ସାଇକେଲ ଭଳି ଡିଜାଇନ ଦେଇଛି । ଏହି ବାଇକରେ ମାସ୍କୁଲାର ଫକ୍ସ ଫ୍‌୍ୟୁଲ ଟ୍ୟାଙ୍କ, ଏଲଇଡି ହ୍ୟାଣ୍ଡଲ୍ୟାମ୍ପ, ଏଲଇଡି ଟେଲ ଲାଇଟ ଏବଂ ରେଜ୍ଡ ହ୍ୟାଣ୍ଡେଲବାର ଦିଆଯାଇଛି । ଅଧିକ ଆଲୋକ ପାଇଁ ବାଇକରେ ଦୁଇଟି ଏକ୍ସଟ୍ରା ଲାଇଟ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ଫ୍ୟୁଲ ଟ୍ୟାଙ୍କରେ ଲଗାଯାଇଥିବା ମାଉଣ୍ଟେଡ ଡିଜିଟାଲ ଇନ୍ସଟ୍ରୁମେଣ୍ଟ କନ୍‌ସୋଲ ଏବଂ ବଡ଼ ସିଟ ସହିତ ବ୍ୟାକ ରେଷ୍ଟ ବି ମିଳିଥାଏ । ବାଇକ ରାଇଡର୍ସଙ୍କ ପାଇଁ ଫୁଟରେଷ୍ଟ ସାମ୍ନା ପଟେ ରହିଛି ଯାହା ରାଇଡ କରିବା ସମୟରେ କ୍ରୁଜର ବାଇକର ଫିଲ ଦେବ । ଭଲ ଗ୍ରିପ ପାଇଁ ବାଇକରେ ୧୭ ଇଞ୍ଚର ଚଉଡ଼ା ଟାୟାର ଲଗାଯାଇଛି । ଏହି ଇଲେକ୍ଟ୍ରିକ୍ ବାଇକ ରେ ଜିଓ ଫେନ୍ସ, ଜିଓ ଲୋକେଟ, ବ୍ଲୁଟୁଥ କନ୍କେକ୍ଟିଭ, ୟୁଏସବି ଚାର୍ଜର, କ୍ରୁଜ କଣ୍ଟ୍ରୋଲ, ରିଭର୍ସ ମୋଡ ଏବଂ ପାର୍କିଙ୍ଗ ମୋଡ ଭଳି ଅନେକ ଫିଚର୍ସ ଦିଆଯାଇଛି ।

ବାଇକର ଫ୍ୟୁଲ ଟ୍ୟାଙ୍କ ତଳେ 3.24 kWhର ଲିଥିୟମ-ଆୟନ ବ୍ୟାଟେରୀ ଲଗାଯାଇଛି । କମ୍ପାନୀ ଏଥିରେ ବାହାର ହୋଇପାରିବା ଭଳି ବ୍ୟାଟେରୀ ଦେଇଛି, ଯାହା ୩-୪ ଘଣ୍ଟା ମଧ୍ୟରେ ଫୁଲ ଚାର୍ଜ କରାଯାଇ ପାରିବ । କମ୍ପାନୀ ଏହି ବାଇକକୁ କେବଳ ସିଙ୍ଗଲ ଭାରିଆଣ୍ଟ ଏବଂ ଗୋଟିଏ କଲର ଟୋନରେ ବିକ୍ରି କରୁଛି । ଗ୍ରାହକମାନଙ୍କ ପାଇଁ ଏହି ଇଲେକ୍ଟ୍ରିକ୍ ବାଇକ ବ୍ଲାକ କଲରରେ ଉପଲବ୍ଧ ହେବ ।

ଇଣ୍ଡଷ୍ଟ୍ରି କରିଥିବା ଆକଳନ ଅନୁସାରେ, Cyborg Armour କୁ ଯଦି ଆପଣ ପ୍ରତି ମାସରେ ୧୦୦୦ କିଲୋମିଟର ଚଳାଉଛନ୍ତି ତେବେ ୩ ବର୍ଷ ଚଳାଇବା ପାଇଁ ଆପଣଙ୍କର ୬୨୨୦ ଟଙ୍କା ଖର୍ଚ୍ଚ ହେବ ଯାହା କେବଳ ଏହାର ଇଲେକ୍ଟ୍ରିକ ବିଲ । ସେହି ଅନୁସାରେ ଗୋଟିଏ ମାସରେ ୧୭୨ ଟଙ୍କା ଖର୍ଚ୍ଚ କରି ଏହାକୁ ଚଲାଇ ପାରିବେ । ଦିଲ୍ଲୀ ଏକ୍ସ- ସୋରୁମରେ ଏହାର ମୂଲ୍ୟ ୧,୮୫,୦୦୦ ରଖାଯାଇଛି । Cyborg Armour ର କିଛି ପ୍ରତିଦ୍ୱନ୍ଦୀ ମଧ୍ୟରେ କୋମାକୀ ରେଞ୍ଜର, ଜାଭା ଫୋର୍ଟି ଟୁ ଏବଂ ରୟାଲ ଏନ୍‌ଫିଲ୍ଡ କ୍ଲାସିକ ୩୫୦ ଏବଂ ହଣ୍ଟର ୩୫୦ ଭଳି ବାଇକ ସାମିଲ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.