ବେଳାଭୂମି ପାଲଟିଛି ବାଂଲାଦେଶୀ ଦେହଜୀବୀଙ୍କ ମେଳାଭୂମି, ପ୍ରଶାସନ ସାହାଯ୍ୟ କରୁଥିବା ଅଭିଯୋଗ

ଉଦୟପୁର ବେଳାଭୂମିରେ ଖୋଲାଖୋଲି ଦେହ ବ୍ୟବସାୟ ଚାଲୁଛି । ଏହି ବେଳାଭୂମିକୁ ଦୈନିକ ହଜାର ହଜାର ଓଡିଶା ସମେତ ବଙ୍ଗୀୟ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ ଏହି ସୌନ୍ଦର୍ଯ୍ୟମୟ ଉଦୟପୁର ବେଳାଭୂମି କୁ ଦେହଜୀବୀ ମାନେ କବଳିତ କରିସାରିଲେଣି।

ଜଳେଶ୍ବର (କେନ୍ୟୁଜ): ପଶ୍ଚିମବଗଂ ସୀମାନ୍ତବର୍ତ୍ତୀ ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମି ପାଲଟିଛି ବାଂଲାଦେଶୀ ଦେହଜୀବୀଙ୍କ ମେଳାଭୂମି । ରାଜ୍ୟ ସରକାର ଏହାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାମାଜିକ ଲୋକ ଏହାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି । ଉଦୟପୁର ବେଳାଭୂମିରେ ଖୋଲାଖୋଲି ଦେହ ବ୍ୟବସାୟ ଚାଲୁଛି । ଏହି ବେଳାଭୂମିକୁ ଦୈନିକ ହଜାର ହଜାର ଓଡିଶା ସମେତ ବଙ୍ଗୀୟ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ ଏହି ସୌନ୍ଦର୍ଯ୍ୟମୟ ଉଦୟପୁର ବେଳାଭୂମି କୁ ଦେହଜୀବୀ ମାନେ କବଳିତ କରିସାରିଲେଣି। ଯାହାର ଭିଡିଓ କ୍ୟାମେରାରେ କଏଦ ହୋଇଛି।

ଉଦୟପୁର ବେଳାଭୂମିରେ ବ୍ୟାପକ ଭାବେ ଖୁଲମଖୁଲା ଦେହ ବ୍ୟବସାୟ ଚାଲୁଥିବା ବେଳେ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଦେହଜୀବୀଙ୍କ ଦଲାଲ ଓ ଦେହଜୀବୀ ମାନେ ଭିଡି ନେଉଛନ୍ତି । ଏହି ବେଳାଭୂମିରେ ବଙ୍ଗୀୟ ଦେହଜୀବୀଙ୍କ ଦଲାଲ ମାନେ ଛୋଟ ଛୋଟ ଟିଣ କୁଡ଼ିଆ ଘରେ ସୌଖିନ ଶୟନ କକ୍ଷ ପ୍ରସ୍ତୁତ କରି ପ୍ରତ୍ୟେକ ଦେହଜୀବୀଙ୍କ ପାଇଁ ପାଞ୍ଚ ଶହରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ କରୁଥିବାର ଦେଖା ଯାଉଛି। ଖାଲି ସେତିକି ନୁହେଁ ଏଭଳି କାରବାର ସ୍ଥାନୀୟ ପୋଲିସ ଜ୍ଞାତରେ ସବୁକିଛି ଚାଲିଛି ବୋଲି ଦଲାଲ ମାନେ କହୁଛନ୍ତି।

ଅର୍ଥାତ ସେଭିଳି କାରବାର ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ଥିବାର ସେଠାକାର ଦୃଶ୍ଯରୁ ଜଣା ପଡୁଛି। କାରଣ ସ୍ଥାନୀୟ ଗ୍ରାମବାସୀ ମାନେ ବିଦ୍ୟୁତ ସଂଯୋଗ ପାଉ ନଥିବା ବେଳେ ଦେହଜୀବୀଙ୍କ କୁଡ଼ିଆ ଘରେ ଓଡିଶାର ବିଦ୍ୟୁତ ବିଭାଗୀୟ କର୍ମଚାରୀ ମାନେ ବିଦ୍ଯୁତ ଯୋଗାଇ ଦେଇଛନ୍ତି। ବାଂଲାଦେଶୀ ଓ ରହିଙ୍ଗା ଶତାଧିକ ନାବାଳିକା ଦେହଜୀବୀଙ୍କୁ ପେସାଦାର ବାଙ୍ଗୀୟ ଦଲାଲ ମାନେ ଆଣି ଖୋଲାଖୋଲି ଦେହ ବ୍ୟବସାୟ କାର୍ଯ୍ୟରେ ଲଗାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବାଲେଶ୍ୱର ଏସ ପିଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମାତ୍ର ସାମ୍ବାଦିକଙ୍କ ପ୍ରଶ୍ନରେ ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି ସମ୍ପୂର୍ଣ୍ଣ ତଥ୍ୟ ଦେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.