Below header

ଦୁର୍ଘଟଣାରେ ଚାଲି ଗଲେ ସ୍ୱାମୀ, ହେଲେ ବଦନାମ ମୁଣ୍ଡେଇ ସ୍ତ୍ରୀ ଆଖିରୁ ଶୁଖୁନି ଲୁହ

ସ୍ଵାମୀ ଚାଲିଯିବା ଦୁଃଖ ନଯାଉଣୁ ବଦନାମର ମିଥ୍ୟା ବୋଝ ଏବେ ହସ୍ତସନ୍ତ କରିଛି। କାହାକୁ ବା ଦୋଷ ଦେବେ ନିଜକୁ ନା ନିଜ ଭାଗ୍ୟକୁ ନା ଏ ସମାଜରେ ବାସ କରୁଥିବା କିଛି ବିବେକହୀନ ଲୋକଙ୍କୁ । ଗୋଟେ ମିଛ ଯେ କେତେ ଶୀଘ୍ର ନିଆଁ ଭଳି ଚାରିଆଡେ ବ୍ୟାପିଯାଏ ଏକଥା ସମସ୍ତଙ୍କୁ ଜଣା । ଆଉ ଏହାକୁ କୁପ୍ରଭାବ ଯେ ଗୋଟେ ନିରିହକୁ କେତେ ଯନ୍ତ୍ରଣା ଦିଏ ତାହା କହିବା ଅସମ୍ଭବ ।

କେନ୍ଦୁଝର(କେନ୍ୟୁଜ୍): ସ୍ଵାମୀ ଚାଲିଯିବା ଦୁଃଖ ନଯାଉଣୁ ବଦନାମର ମିଥ୍ୟା ବୋଝ ଏବେ ହସ୍ତସନ୍ତ କରିଛି। କାହାକୁ ବା ଦୋଷ ଦେବେ ନିଜକୁ ନା ନିଜ ଭାଗ୍ୟକୁ ନା ଏ ସମାଜରେ ବାସ କରୁଥିବା କିଛି ବିବେକହୀନ ଲୋକଙ୍କୁ । ଗୋଟେ ମିଛ ଯେ କେତେ ଶୀଘ୍ର ନିଆଁ ଭଳି ଚାରିଆଡେ ବ୍ୟାପିଯାଏ ଏକଥା ସମସ୍ତଙ୍କୁ ଜଣା । ଆଉ ଏହାକୁ କୁପ୍ରଭାବ ଯେ ଗୋଟେ ନିରିହକୁ କେତେ ଯନ୍ତ୍ରଣା ଦିଏ ତାହା କହିବା ଅସମ୍ଭବ।

ରତି ମୁଣ୍ଡା । ନିଜ ସ୍ତ୍ରୀ, ୪ ଝିଅ ଓ ୨ ପୁଅଙ୍କୁ ନେଇ ସୁଖେ ଦୁଃଖେ ପରିବାର ଚଳାଉଥିଲେ। ରତି ଯାହା ରୋଜଗାର କରନ୍ତି ସେଥିରେ ପରିବାରର ପେଟ ପୁରେ । ହେଲେ ଗତ ୨୮ ତାରିଖ ଦିନ ରତିଙ୍କ ଜୀବନରେ ଆସିଲା ଅଜଣା ଝଡ । ରତି ନିକଟ ସାଠୀଘର ସାହିରେ ଚାଲିଥିବା ଏକ ଭୋଜିରେ କାମ କରିବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା ସେ କାଳ ରାତି ମୃତ୍ୟୁ ସାଜି ଆସିବ ବୋଲି । କନ୍ୟା ଘର ନିକଟରେ ବରଯାତ୍ରୀଙ୍କର ବାଜା ରୋଷଣୀ ସହ ନାଚ ଗୀତ ଚାଲି ଥିବାବେଳେ ହଠାତ ଦୃତଗାମୀ ଟ୍ରକ୍ ବରଯାତ୍ରୀଙ୍କ ଉପରକୁ ମାଡି ଯାଇଥିଲା। ଯେଉଁଥିରେ ରତି ମୁଣ୍ଡା ଟ୍ରକ୍ ଚକ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ରତିଙ୍କ ସହିତ ଅନ୍ୟ ୫ଜଣଙ୍କ ଜୀବନ ଚାଲିଯାଇଥିଲା। ଏହାସହ ୯ ଜଣ ଗୁରୁତର ଆହତ ହେଇଥିଲେ ।

ଏପଟେ ବାପା ରତି ମୁଣ୍ଡାଙ୍କ ଶୁଦ୍ଧିକ୍ରିୟା ନସରୁଣୁ ମା କୁଆଡେ ଦୁଇ ପୁଅ ଓ ଟଙ୍କା ନେଇ ୪ ଝିଅଙ୍କୁ କୁଆଡେ ଛାଡି ଚାଲିଥିବା ନେଇ ଖବର ପ୍ରଚାର ହେଲା । ବିଭିନ୍ନ ମହଲରୁ ଏକଥା ଶୁଣି ପୁରା ପରିବାର ଭାଙ୍ଗି ପଡିଛି । ଏ ଖବର ଣୁଣିବା ପରେ ଘଟଣାସ୍ଥଳରେ ପହଁଚି ସତ୍ୟା ସତ୍ୟ କଣ ଜାଣିବା ପାଇଁ ଏ ବିଷୟରେ ପଚାରିବାରୁ ରତିଙ୍କ ସ୍ତ୍ରୀ ପୁତୁକୁନି ଓ ବଡ ଝିଅ ପଦ୍ମିନୀ ଏହା କେବଳ ଏକ ଗୁଜବ, ଏ ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।

ସେପଟେ ପୁରା ସାହିରେ ସମସ୍ତଙ୍କ ମନରୁ ଏ ଦୁର୍ଘଟଣାର ଦୃଶ୍ୟ ମନରୁ ଲିଭି ନଥିବା ବେଳେ ଏପରି ମିଥ୍ୟା ପ୍ରଚାରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଉକ୍ତ ମିଥ୍ୟା ଖବର ବାହାର କରିଥିବା ଖବରକାଗଜ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ସହ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଅନ୍ୟପଟେ ମୃତ ରତିଙ୍କ ସ୍ତ୍ରୀ ଛୁଆ ମାନଙ୍କୁ ଛାଡି କେଉଁଆଡେ ଚାଲି ଯାଇଥିବା ଖବର ଶୁଣି ଶିଶୁ ମଙ୍ଗଳ ସମିତି ଜୁଡିଆ ସାହିକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ପରେ ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି ।

ତେବେ ସରକାରଙ୍କ ପକ୍ଷରୁ ଶୁଦ୍ଧିକ୍ରିୟା ସରିବା ପରେ ପରିବାରଟିକୁ କିପରି ଥଇଥାନ କରାଯିବ ଏବଂ ପିଲାମାନଙ୍କ ପାଠପଢାରେ କିପରି ସହଯୋଗ କରାଯାଇପାରିବ ସେନେଇ ସରକାର ଦୃଷ୍ଟି ଦେବା ନିହାତି ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.