Below header

ଆଠଗଡ଼: ନଡ଼ିଆ ତୋଳିବାକୁ ଯାଇ ଚାଲିଗଲା ଜୀବନ

ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁ ଗାଁରେ ଘଟିଛି ଅଭାବନୀୟ ଘଟଣା । ନଡ଼ିଆ ତୋଳିବାକୁ ଗଛରେ ଚଢି ଓହ୍ଲାଇ ପାରିନଥିଲେ ଯୁବକ । ଅଗ୍ନିଶମ ବିଭାଗ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁ ଗାଁରେ ଘଟିଛି ଅଭାବନୀୟ ଘଟଣା । ନଡ଼ିଆ ତୋଳିବାକୁ ଗଛରେ ଚଢି ଓହ୍ଲାଇ ପାରିନଥିଲେ ଯୁବକ । ଅଗ୍ନିଶମ ବିଭାଗ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ପାଞ୍ଚଗାଁର ରାଜ ପ୍ରଧାନ ନଡ଼ିଆ ତୋଳିବା ପାଇଁ ସ୍ଥାନୀୟ ଶିବ ମନ୍ଦିର ନିକଟରେ ଥିବା ଗଛରେ ଚଢିଥିଲେ । ତେବେ ନଡ଼ିଆ ତୋଳିସାରିବା ପରେ ଆଉ ତଳକୁ ଓହ୍ଲାଇପାରିନଥିଲେ। ଦୀର୍ଘ ଘଣ୍ଟା ଧରି ଫସି ରହିଥିଲେ ଗଛ ଉପରେ। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ରଶିରେ ବାନ୍ଧି ରାଜଙ୍କୁ ଉଦ୍ଧାର କରି ତଳକୁ ଆଣିଥିଲେ। ସେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.