Below header

ଦିଲ୍ଲୀ ମେଟ୍ରୋରେ କାଉଡିଆଙ୍କ ଜବରଦସ୍ତ ଡ୍ୟାନ୍ସ , ଦେଖନ୍ତୁ ଭିଡିଓ

ଦିଲ୍ଲୀ ମେଟ୍ରୋର ଏହି ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କିଛି କାଉଡିଆ ମେଟ୍ରୋ ଭିତରେ ଯାତ୍ରା କରୁଥିଲେ । ମେଟ୍ରୋ ଟ୍ରେନର ଏକ ଖାଲି ବଗି ଦେଖିବା ମାତ୍ରେ ସେ ଏହାର ଫାଇଦା ଉଠାଇଥିଲେ । ମହାଦେବଙ୍କ ଗୀତରେ ନାଚିବାର ସୁଯୋଗକୁ ହାତଛଡା କରିନଥିଲେ ।

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ମଧ୍ୟରେ, ଆପଣ ପ୍ରାୟତଃ ଲୋକମାନଙ୍କୁ ନାଚିବା, ରିଲସ୍  କରିବା କିମ୍ବା କୌଣସି ବିଷୟରେ ତର୍କ ବିତର୍କ କରିବା ଭଳି ଅନେକ ଭିଡିଓ ଦେଖିଥିବେ ନିଶ୍ଚୟ । ତେବେ ବର୍ତ୍ତମାନ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସାଧାରଣ ଲୋକମାନେ ମଧ୍ୟ ଖୁବ୍ ଖୁସି ହୋଇଛନ୍ତି ।

ଆପଣ ଜାଣନ୍ତି ଯେ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ଶ୍ରାବଣ ମାସ ଅବସରରେ ଅନେକ ଲୋକ ଉପବାସ କରୁଥିବାବେଳେ କାଉଡିଆମାନେ ମଧ୍ୟ ବାବାଙ୍କ ଦର୍ଶନ ପାଇବାକୁ ଏବଂ ତାଙ୍କ ଉପରେ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶିବାଳୟ ଯାଇଥାନ୍ତି । ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ନାଚିବାକୁ ବାଧ୍ୟ ହେବେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଦିଲ୍ଲୀ ମେଟ୍ରୋର ଏହି ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କିଛି କାଉଡିଆ ମେଟ୍ରୋ ଭିତରେ ଯାତ୍ରା କରୁଥିଲେ । ମେଟ୍ରୋ ଟ୍ରେନର ଏକ ଖାଲି ବଗି ଦେଖିବା ମାତ୍ରେ ସେ ଏହାର ଫାଇଦା ଉଠାଇଥିଲେ । ମହାଦେବଙ୍କ ଗୀତରେ ନାଚିବାର ସୁଯୋଗକୁ ହାତଛଡା କରିନଥିଲେ । କାଉଡିଆମାନେ ଏକ ଛୋଟ ରିଲସ୍ ତିଆରି କରିଥିଲେ । ସେମାନେ ଏହି ରିଲସକୁ ଇଣ୍ଟରନେଟରେ ପୋଷ୍ଟ କରିବା ମାତ୍ରକେ ଲୋକମାନେ ଏହାକୁ ଦେଖି ଖୁବ୍ ଉତ୍ସାହିତ ହୋଇ ବାବାଙ୍କ ଜୟ ଜୟ ଗାନ କରିବା ଆରମ୍ଭ କରିଥିଲେ । ତେବେ ମେଟ୍ରୋ ଟ୍ରେନ୍ ଭିତରେ କାଉଡିଆଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀ ମେଟ୍ରୋରେ କାଉଡିଆଙ୍କ ଏଭଳି ପ୍ରୟାସ ଦେଖି ଲୋକଙ୍କ ହୃଦୟ ଖୁସି ହୋଇଯାଇଛି ।

 

View this post on Instagram

 

A post shared by Sanjeev Mahto (@sanjeevmahto76)

ଏହି ଭିଡିଓକୁ ଦେଖି ଜଣେ ଉପଭୋକ୍ତା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଏହା ଗତ ଚାରି ଦିନ ପୂର୍ବରୁ ସେୟାର କରାଯାଇଛି। ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ମାତ୍ର ୪ ଦିନ ମଧ୍ୟରେ ଦେଖିସାରିଥିବାବେଳେ ଏକ ଲକ୍ଷ ୨୨ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିସାରିଛନ୍ତି । ଭିଡିଓ ଦେଖିବା ପରେ ଅନେକ ଲୋକ ସେମାନଙ୍କର ମତାମତ ମଧ୍ୟ ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ଭୋଲେ ବାବା ଆସୁଛନ୍ତି, ଆମେ ମଧ୍ୟ ଆସୁଛୁ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ମଜା କରିବା ଭଊ, କିନ୍ତୁ ଏହା ମର୍ଯ୍ୟାଦା ଭିତରେ ରହିବା ଉଚିତ୍ । ବାସ୍ତବରେ, ଆପଣମାନେ ଠିକ୍ କହିଛନ୍ତି। ଜୟ ଭୋଲେ କୁହନ୍ତୁ ।” ଜଣେ ତୃତୀୟ ଉପଭୋକ୍ତା ଲେଖିଛନ୍ତି, ଦୀର୍ଘ ସମୟ ପରେ ଦିଲ୍ଲୀ ମେଟ୍ରୋ ଭିତରେ କିଛି ଭଲ ଦେଖିବାକୁ ମିଳିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.