ମେଳାରେ ଖରାପ ହେଲା ରୋଲର୍‌ କୋଷ୍ଟର୍‌, ୩ ଘଣ୍ଟା ପବନରେ ତଳକୁ ଝୁଲି ରହିଲେ ପିଲା…ଦେଖନ୍ତୁ ଭିଡିଓ

ଆମେରିକାରେ ଏକ ମେଳାରେ ରୋଲର୍‌ କୋଷ୍ଟର ରାଇଡ୍‌ ହଠାତ୍‌ ଖରାପ ହୋଇଯାଇଥିଲା। ଫଳରେ ଏଥିରେ ବସିଥିବା ପିଲାମାନେ ଘଣ୍ଟା ଘଣ୍ଟା ଧରି ପବନରେ ଓଲଟା ଝୁଲି ରହିଥିଲେ।

ଯଦି ଆପଣ ରୋଲର୍‌ କୋଷ୍ଟର ରାଇଡ୍‌ ନେବା କଥା ଭାବୁଛନ୍ତି, ତା’ ହେଲେ ମଜଭୁତ କଲିଜା ଥିବା ଦରକାର। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କର ବି ଲୋମମୂଳ ଟାଙ୍କୁରି ଉଠିବ। ଦାବି କରାଯାଉଛି ଯେ ଏହି ଘଟଣା ଆମେରିକାର ୱିସ୍କୋନ୍ସିନ୍‌ରେ ଘଟିଛି।

ଏଠାରେ ଏକ ମେଳାରେ ରୋଲର୍‌ କୋଷ୍ଟର ରାଇଡ୍‌ ହଠାତ୍‌ ଖରାପ ହୋଇଯାଇଥିଲା। ଫଳରେ ଏଥିରେ ବସିଥିବା ପିଲାମାନେ ଘଣ୍ଟା ଘଣ୍ଟା ଧରି ପବନରେ ଓଲଟା ଝୁଲି ରହିଥିଲେ।

ୱିସ୍କୋନ୍ସିନ୍‌ର କ୍ରେଣ୍ଡନ୍‌ରେ ଗତ ରବିବାର ଫରେଷ୍ଟ୍‍ କାଉଣ୍ଟି ଫେଷ୍ଟିଭାଲ୍‌ ସମୟରେ ଏହି ଘଟଣା ଘଟିଥିଲା। ହଠାତ୍‌ ଲୋକମାନଙ୍କର ହୋ-ହଲ୍ଲା ଶୁଭିଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ଏକ ରୋଲର୍‌ କୋଷ୍ଟର ରାଇଡ୍‌ ହଠାତ୍‌ ଅଧାରୁ ବନ୍ଦ ହୋଇଯାଇଥିଲା। ଫଳରେ ୭ ପିଲାଙ୍କ ସମେତ ୮ ଜଣ ରାଇଡର୍ସଙ୍କୁ ପାଖାପାଖି ୩ ଘଣ୍ଟା ଧରି ପବନରେ ଓଲଟା ଝୁଲି ରହିବାକୁ ପଡ଼ିଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି, ପିଲାମାନେ ଅଟକିଥିବା ରୋଲର୍‌ କୋଷ୍ଟର୍‌ରୁ ତଳକୁ ଝୁଲି ରହିଛନ୍ତି। ଟ୍ଵିଟର୍‌ରେ @rusashanews ନାମକ ହ୍ୟାଣ୍ଡେଲ୍‌ରୁ ଏହି ଭିଡିଓ ସେୟାର କରାଯାଇଛି।

ଘଟଣା ପରେ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା। ହେଲେ ଲୋକଙ୍କୁ ଉଦ୍ଧାର କରିବାରେ ଅନେକ ଘଣ୍ଟା ଲାଗିଥିଲା। ଏହି ଘଟଣାରେ ସମସ୍ତେ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.