Below header

ଭୂମିକମ୍ପରେ ଦୋହଲିଲା ଉତ୍ତର ଭାରତ, କ୍ଷୟକ୍ଷତିର ସୂଚନା ନାହିଁ

ନୂଆଦିଲ୍ଲୀ : ୫.୩ ତୀବ୍ରତାରେ ଭୂମିକମ୍ପ । ଏହି ଭୂମିକମ୍ପରେ ଦୋହଲିଛି ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ । ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଭାରତ-ନେପାଳ ସୀମାରେ ନେପାଳ ସ୍ଥିତ ଜଙ୍ଗଲ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ । ନେପାଳର ଖପଟାଇ ନେସନାଲ ପାର୍କ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଆମେରିକା ଜିଓଲଜିକାଲ ସର୍ଭେ ସୂତ୍ରରୁ ଜଣାପଡ଼ିଛି ।
ଗତ କିଛି ଦିନ ହେବ ଇଣ୍ଡୋନେସିଆ ସମେତ ଏସିଆର କେତେ ସ୍ଥାନରେ ଭୂମିକମ୍ପ ଅନୁଭୂତ ହେବାର ଦେଖାଯାଇଛି । ଗତକାଲି ଗୁଜରାଟର ଭୁଜ୍‌ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ହୋଇଥିଲା । ତେବେ ଆଜି ସନ୍ଧ୍ୟାରେ ହୋଇଥିବା କମ୍ପନରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.