ଅନ୍ଲାଇନ୍ କ୍ଲାସ୍ ପାଇଁ ପ୍ରତିଦିନ ମାଗଣାରେ ମୋଦି ସରକାର ଦେବେ ୧୦ ଜିବି ଡାଟା !

ନୂଆଦିଲ୍ଲୀ : ସାରା ଦେଶ ଏବେ କରୋନା ମହାମାରୀ ପାଇଁ ଆତଙ୍କିତ । କରୋନା ଠାରୁ ସତର୍କ ରହିବା ପାଇଁ ସରକାର ନୂଆ ଗାଇଡଲାଇନ୍ ଜାରି କରିଚାଲିଛନ୍ତି । ଦୀର୍ଘ ମାସ ହେବ ସ୍କୁଲ କଲେଜ୍ ବନ୍ଦ ରହିଛି । ଘରେ ଚାଲିଛି ଅନ୍ଲାଇନ୍ କ୍ଲାସ । ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଯୋଗାଉଛନ୍ତି ।
ଛାତ୍ରଛାତ୍ରୀଙ୍କର ଇଣ୍ଟରନେଟ୍ ସମସ୍ୟା ଦୂର କରିବା ପାଇଁ ମୋଦି ସରକାର ପ୍ରତିଦିନ ୧୦ ଜିବି ମାଗଣା ଇଣ୍ଟରନେଟ୍ ଡାଟା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଯାହାଦ୍ୱାରା ପିଲାମାନେ କରୋନା କାଳରେ ସେମାନଙ୍କର ପାଠ୍ୟକ୍ରମ ସମାପ୍ତ କରିବା ସହ ଅନ୍ଲାଇନ୍ରେ ପରୀକ୍ଷା ମଧ୍ୟ ଦେଇ ପାରିବେ ।
दावा: एक व्हाट्सऐप मैसेज का दावा है कि कोरोना महामारी के कारण 17 मई 2020 तक लॉकडाउन की वजह से मोबाइल कंपनियों नें सभी मोबाइल यूजर्स को फ्री इन्टरनेट देने का ऐलान किया है|#PIBFactcheck:यह दावा बिलकुल झूठा है और दिया गया लिंक फर्जी है| दूरसंचार विभाग ने ऐसा कोई ऐलान नहीं किया है| pic.twitter.com/gVEiIIqCgx
— PIB Fact Check (@PIBFactCheck) May 5, 2020
ଏପରି ଏକ ମେସେଜ୍ ହ୍ଵାଟ୍ସ ଆପ୍ରେ ଭାଇରାଲ୍ ହେଉଛି । ଯେଉଁଥିରେ ଦିଆଯାଇଛି ଯେ ସ୍କୁଲ କଲେଜ୍ ବନ୍ଦ ଥିବା ଯୋଗୁ ପିଲାମାନେ ଇଣ୍ଟରନେଟ୍ରେ ପାଠ ପଢ଼ୁଛନ୍ତି । ତେଣୁ ମୋଦି ସରକାର ପ୍ରତିଦିନ ୧୦ ଜିବି ମାଗଣା ଡାଟା ଦେଉଛନ୍ତି । ଏହି ମେସଜ୍ ତଳେ ଏକ ଲିଙ୍କ୍ ଦିଆଯାଇଛି । ଯେଉଁଥିରେ କୁହାଯାଇଛି ଯେ ଏହି ଲିଙ୍କ୍ରେ କ୍ଲିକ୍ କରି ଏକ ଫର୍ମ ପୂରଣ କରିପାରିବେ ।
ହେଲେ ଏହାର ବାସ୍ତବତା ପରଖିବା ପରେ କେନ୍ଦ୍ର ସରକାରଙ୍କ ପିଆଇବି ବିଭାଗ ଏହାକୁ ମିଛ ବୋଲି କହିଛି । ଏପରି କୈାଣସି ତଥ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇନି ଓ ଏହା ନକଲି ବୋଲି ଜଣାପଡ଼ିଛି ।