Below header

ବାତ୍ୟା ପରିସ୍ଥିତି ନେଇ ଆଜି ଦିନ ୧୧ଟାରେ ସମୀକ୍ଷା କରିବେ ମୋଦି, ଟେଲିକମ୍‌ ଓ ଶକ୍ତି ମନ୍ତ୍ରାଳୟ ଅଧିକାରୀ ରହିବେ ଉପସ୍ଥିତ

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ ୧୧ଟାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଏହା ସହ ଜାତୀୟ ବିପର୍ଯ୍ୟୟ ପରିଚାଳନା, ଟେଲିକମ୍‌, ଶକ୍ତି ଓ ବେସାମରିକ ବିମାନ ଚଳାଚଳର ସଚିବଙ୍କ ସହ ମଧ୍ୟ ମୋଦି ଆଲୋଚନା କରିବେ ।

ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ ଉପସ୍ଥିତ ରହିବେ। ଆର୍ଥ ସାଇନସ୍‌ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା ପ୍ରଭାବ ରହିଛି । ଏହି ଦୁଇ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.