ଜ୍ଯାକଲିନ ଫିଟ୍ ରହିବା ପାଇଁ ବିଲେଇ ସହିତ କରୁଛନ୍ତି ଏପରି କାମ, ସେୟାର କଲେ ଭିଡିଓ

ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଯୋଗ କରୁଥିବାର ନଜର ଆସିଛନ୍ତି। ସେୟାର କରିଥିବା ଭିଡିଓରେ ଜ୍ଯାକଲିନ ନିଜେ ଯୋଗ କରୁଥିବା ବେଳେ ତାଙ୍କ ବିଲେଇ ମଧ୍ୟ ତାଙ୍କ ସହିତ ଯୋଗ କରୁଥିବା ନଜର ଆସିଛନ୍ତି।

ଏହି ଭିଡିଓ କରୁଥିବା ସମୟରେ ବିଲେଇ ତାଙ୍କ ପାଖରେ ଏପଟସେପଟ ହୋଇ ବୁଲୁଥିବାର ନଜର ଆସିଥିଲା। ଏହି ଭିଡିଓ କ୍ଲିପକୁ କ୍ଯାପସନରେ କ୍ଯାକଲିନ ‘କ୍ଯାଟ୍ ଯୋଗ’ ବୋଲି ଲେଖିଛନ୍ତି।

ସୂଚନାଯୋଗ୍ଯ, ଜ୍ୟାକଲିନଙ୍କ ପାଖରେ ଏବେ ଅନେକ ଫିଲ୍ମ ଅଫର। ଜ୍ଯାକଲିନ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ରାମସେତୁ, ବଚ୍ଚନ ପାଣ୍ଡେରେ ନଜର ଆସିବାକୁ ଥିବା ବେଳେ ସଲମାନଙ୍କ ସହିତ ‘କିକ୍ ୨’ରେ ମଧ୍ୟ ନଜର ଆସିବେ। ଏହାଛଡା ରଣବୀରଙ୍କ ସହିତ ‘ସର୍କସ’ ଏବଂ ସୈଫଙ୍କ ସହିତ ‘ଭୂତ ପୋଲିସ’ରେ ମଧ୍ୟ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.