Below header

Oximeter ଝିନ୍‌ଝଟ୍‌ରୁ ମିଳିବ ମୁକ୍ତି, ଏବେ ସ୍ମାର୍ଟଫୋନରେ ମଧ୍ୟ ଚେକ୍ କରିପାରିବେ ଅକ୍ସିଜେନ୍ ଲେବଲ

ଦେଶର କରୋନା ଆତଙ୍କ ଯୋଗୁଁ ସମସ୍ତେ ଭୟଭୀତ। ଏମିତିରେ ଲୋକ ଅନେକ ପ୍ରକାର ସମସ୍ଯାର ସାମ୍ନା କରୁଛନ୍ତି। ଲକଡାଉନ ଯୋଗୁଁ ଅନେକ ଲୋକ ଘରୁ ବାହାରୁନାହାନ୍ତି। ଏମିତିରେ ଅନେକ ମେଡିକାଲ ସାମଗ୍ରୀ ଲୋକେ ଘରେ ରଖୁଛନ୍ତି। ଏମାନଙ୍କ ମଧ୍ୟରେ pulse Oximeters ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ଅକ୍ସିମିଟର ଚାହିଦା ବଢିବାରୁ ଦାମ୍ ମଧ୍ୟ ଅଧିକ ରହୁଛି। ନିକଟରେ କଲିକତା ବେସଡ ହେଲ୍ ଷ୍ଟାର୍ଟଅପ ଏକ ମୋବାଇଲ ଆପ ଡେଭଲପ କରିଛି। ଯାହା ଅକ୍ସିମିଟର ସ୍ଥାନରେ ବ୍ଯବହାର କରିପାରିବେ। ଆସନ୍ତୁ ଜାଣିବା କିପରି…?

ହେଲଥ ଷ୍ଟାର୍ଟଅପ ଦ୍ବାରା ଡେଭଲପ କରାଯାଇଥିବା ମୋବାଇଲ ଆପ୍ CarePlix Vital କୁହାଯାଉଛି। ଯାହା ୟୁଜରର ବ୍ଲଡ ଅକ୍ସିଜେନ ଲେବଲ, ପଲ୍ସ,, ରେସିପିରେସନ ରେଟ୍କୁ ମନିଟର କରିବାର କାମ କରିବ। ଏହି ମୋବାଇଲ ଆପକୁ ବ୍ଯବହାର କରିବା ପାଇଁ ପ୍ରଥମେ ସ୍ମାର୍ଟଫୋନର ରିଅର କ୍ଯାମେରା ଏବଂ ଫ୍ଲାସଲାଇଟ ଉପରେ ୪୦ ସେକେଣ୍ଡ ଆଙ୍ଗୁଠି ରଖନ୍ତୁ। କିଛି ସେକେଣ୍ଡ ଭିତରେ ଅକ୍ସିଜେନ ସ୍ଯାଚୁରେସନ, ପଲସ ଏବଂ ରେସିପିରେସନ ଲେବଲ ଡିସପ୍ଲେରେ ନଜର ଆସିବ।

ଏହି ଡିଭାଇସର କ୍ଲିନିକାଲ ଟ୍ରାଏଲ ୨୦୨୧ରେ ସେଠ ସୁଖଲାଲ କରନାନୀ ମେମୋରିଆଲ ହସପିଟାଲ କଲିକତାରେ ୧୨୦୦ ଲୋକଙ୍କ ଉପରେ କରାଯାଇଥିଲା। ଏହି ପରୀକ୍ଷଣରେ ୯୬ ପ୍ରତିଶତ ରୋଗୀଙ୍କ ହାର୍ଟ ରେଟ ସଠିକ୍ ଏବଂ ଅକ୍ସିଜେନ ସ୍ଯାଚୁରେସନ ୯୮ ପ୍ରତିଶତ ଲୋକଙ୍କର ସଠିକ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.