Below header

ମୋମୋ ଚ୍ୟାଲେଞ୍ଜ କରିବା ଯୁବକଙ୍କୁ ପଡିଲା ମହଙ୍ଗା, ୧୫୦ ମୋମୋ ଖାଇ ଚାଲିଗଲା ଜୀବନ

ମୋମୋ ଖାଇ ଚାଲିଗଲା ଯୁବକଙ୍କ ଜୀବନ । ଏକାସାଥିରେ ୧୫୦ ମୋମୋ ଖାଇବା ଯୋଗୁଁ ବିହାର ଗୋପାଳଗଂଜର ଜଣେ ମୋବାଇଲ ଦୋକାନୀଙ୍କ ମୃତ୍ୟୁ ହୋଇଛି ।

ବିହାରର ଗୋପାଳଗଂଜରେ ଜଣେ ଯୁବକଙ୍କୁ ମୋମୋ ଖାଇବା ମହଙ୍ଗା ପଡିଛି । ମୋବାଇଲ ସପ୍‌ ଚଲାଉଥିବା ଜଣେ ଯୁବକ ମୋମୋ ଖାଇବା ଚ୍ୟାଲେଞ୍ଜ କରିବା ଯୋଗୁଁ ଜୀବନ ଚାଲିଯାଇଛି । ମୋବାଇଲ ଦୋକାନ କରିଥିବା ଜଣେ ଯୁବକ ନିଜ ସାଙ୍ଗ ସହିତ ମୋମୋ ଖାଇବା ଚ୍ୟାଲେଞ୍ଜ କରିଥିଲେ । ଯାହାପରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା । ଘର ଲୋକେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏହି ଘଟଣାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ ଯୁବକଙ୍କ ବାପା ଅଭିଯୋଗ କରିଛନ୍ତି । ଯୁବକଙ୍କ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଖବର ମୁତାବକ, ୨୫ ବର୍ଷୀୟ ଯୁବକ ବିପିନ ମୋବାଇଲ ଦୋକାନରେ ବସିଥିଲେ । ତାଙ୍କର କିଛି ସାଙ୍ଗ ଦୋକାନକୁ ଆସି ମୋମୋ ଖାଇବା ପାଇଁ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ମୋମୋ ଦୋକାନକୁ ଯାଇ ୧୫୦ ମୋମୋ ଖାଇଥିଲେ । ମୋମୋ ଖାଇବା ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଯାଇଥିଲେ । ବିପିନ ଘରକୁ ଯିବା ପରେ ତାଙ୍କ ଦେହ ଖରାପ ହେବାକୁ ଲାଗିଥିଲା । ଏହାପରେ ସେ ବେହୋସ ହୋଇ ତଳେ ପଡିଯାଇଥିଲେ ।

ଏହାପରେ ପରିବାର ଲୋକେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ହସପିଟାଲରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମୃତକଙ୍କ ବାପା ଅଭିଯୋଗ କରିଛନ୍ତି କି, ତାଙ୍କ ପୁଅର ମୃତ୍ୟୁ ମୋମୋ ଖାଇ ନୁହେଁ ବରଂ ବିଷ ଦେବା ଯୋଗୁଁ ହୋଇଛି । ତେବେ ଏହି ମାମଲାରେ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.