Below header

ମାଙ୍କଡ଼ର ଚାଲାକି : ଚଷମା ପାଇଁ ମୂଲଚାଲ, ଏ ହାତରେ ଦିଅ ସେ ହାତରେ ନିଅ

ନୂଆଦିଲ୍ଲୀ : ମାଙ୍କଡ଼ର ବୁଦ୍ଧି ମଣିଷ ଠାରୁ କୌଣସି ଗୁଣରେ କମ୍‌ ନୁହେଁ । ଏମିତି ବହୁତ ଦୃଶ୍ୟ ଆମେ ଦୈନନ୍ଦୀନ ଜୀବନରେ ଦେଖିବାକୁ ପାଇଥାଉ । ଯାହା ଦେଖି ଆମେ ନ ହସି ରହିପାରୁନା । ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ନ ହସି ରହିପାରିବେ ନାହିଁ । ଭିଡ଼ିଓରେ ଦେଖାଯାଇଛି ଯେ ମାଙ୍କଡ଼ ଟି ଏକ ଉଚ୍ଚ ତାର ଜାଲି ଉପରେ ବସିଛି । ହାତରେ ଗୋଟିଏ ଚଷମା ଧରିଥିବାର ଦେଖାଯାଇଛି ।

କେହି ଜଣେ ଚଷମାଟିକୁ ପାଇବା ପାଇଁ ମାଙ୍କଡ଼କୁ ମାଗୁଛନ୍ତି । ହେଲେ ମାଙ୍କଡ଼ ଦେଉନାହିଁ । ଏହି ସମୟରେ ସେଠାରେ ଥିବା କେହି ଜଣେ ବ୍ୟକ୍ତି ମାଙ୍କଡ଼କୁ ଫ୍ରୁଟି ଦେବାକୁ ପରାମର୍ଶ ଦେଉଛନ୍ତି । ବ୍ୟକ୍ତି ଜଣକ ଏକ ଫ୍ରୁଟି (କୋଲ୍‌ଡ଼ ଡ୍ରିଙ୍କସ) ଆଣି ମାଙ୍କଡ଼କୁ ଦେଖାଇ ଚଷମା ମାଗିଲେ ବି ମାଙ୍କଡ଼ ଚଷମା ଗୋଟିଏ ହାତରେ ଧରି ଅନ୍ୟ ହାତରେ ଫ୍ରୁଟି ମାଗୁଛି । ବ୍ୟକ୍ତି ଜଣକ ଶେଷରେ ଫ୍ରୁଟି ଟିକୁ ମାଙ୍କଡ଼କୁ ଦେବାକୁ ଯାଉଥିବା ପରେ ମାଙ୍କଡ଼ ଗୋଟିଏ ହାତରେ ଫ୍ରୁଟି ନେଇ ଅନ୍ୟ ହାତରେ ଚଷମା ଦେଉଥିବାର ଦୃଶ୍ୟ ବେଶ ଆନନ୍ଦ ଦାୟକ ହୋଇଛି ।

ମାଙ୍କଡ଼ଟିର ଏପରି ବୁଦ୍ଧିରେ ଦେଖଣାହାରୀ ଚକିତ ହୋଇଛନ୍ତି । ରୁପିନ ଶର୍ମା ନାମକ ଜଣେ ଆଇପିଏସ୍‌ ଅଫିସର ଏହି ୧୦ ସେକେଣ୍ଡର ମଜାଦାର ଭିଡ଼ିଓ କ୍ଲିପ୍ସକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିରେ ସେ କ୍ୟାପସନ୍‌ ଦେଇଛନ୍ତି – ‘ସ୍ମାର୍ଟ : ଏକ୍‌ ହାତ ଦୋ, ଏକ ହାତ ଲୋ’ । ମାଙ୍କଡ଼ର ଏହି ବିଚକ୍ଷଣ ବୁଦ୍ଧି ସମସ୍ତଙ୍କୁ ବେଶ ଆନନ୍ଦ ଦେଇଛି ।

ଏହି ଭାଇରାଲ ଭିଡ଼ିଓକୁ ଏଯାଏ ୨୫ ହଜାର ଲୋକ ଦେଖି ସାରିଲେଣି । ଲୋକେ ଏହାକୁ ଦେଖିବା ପରେ ମାଙ୍କଡ଼ ସହ ହୋଇଥିବା ନିଜ ନିଜର ଏପରି ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି । ଦେଖନ୍ତୁ, ଆପଣଙ୍କୁ ମଧ୍ୟ ଏହା ବେଶ୍‌ ଆନନ୍ଦ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.