Below header

କଙ୍ଗୋରେ ବନ୍ୟା ଯୋଗୁ ୨୦୦ ରୁ ଅଧିକ ମୃତ, ଅନେକ ନିଖୋଜ

କଙ୍ଗୋରେ ଭୀଷଣ ବର୍ଷା ଜନିତ କାରଣରୁ ବନ୍ୟା ଓ ପାହାଡ ଧସି ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଆହୁରି ଅନେକ ନିଖୋଜ ଅଛନ୍ତି । ଶନିବାର ସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଥିବା ବେଳେ ନିଖୋଜମାନଙ୍କୁ ଠାବ ପାଇଁ ଉଦ୍ୟମ ଜାରି ରହିଛି ।

ନୂଆଦିଲ୍ଲୀ : କଙ୍ଗୋରେ ଭୀଷଣ ବର୍ଷା ଜନିତ କାରଣରୁ ବନ୍ୟା ଓ ପାହାଡ ଧସି ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଆହୁରି ଅନେକ ନିଖୋଜ ଅଛନ୍ତି । ଶନିବାର ସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଥିବା ବେଳେ ନିଖୋଜମାନଙ୍କୁ ଠାବ ପାଇଁ ଉଦ୍ୟମ ଜାରି ରହିଛି ।

ପ୍ରବଳ ବର୍ଷା ଯୋଗୁଁ ନଦୀ ଫୁଲି ଅନେକ ଗାଁରେ ବନ୍ୟା ଜଳ ପ୍ରବେଶ କରି ଘରଦ୍ବାର ଭସାଇ ନେଇଛି । ଅନେକ ଜମିବାଡିରେ ଫସଲ ନଷ୍ଟ କରିବା ସହ ବାଲିଚରିଯାଇଛି । ବନ୍ୟାରେ ଶହ ଶହ ଘର ଭାସି ଯାଇଥିବା ବେଳେ ନ୍ୟାମୁକୁବି ଗାଁରେ ଉଦ୍ଧାରକାରୀ ଦଳ ଶନିବାର ଦିନ ଶବ ସନ୍ଧାନ ଜାରି ରଖିଥିବା ଦେଖାଯାଇଥିଲା ।

ଗୁରୁବାର ଦିନ ଦକ୍ଷିଣ କିବୁ ପ୍ରଦେଶର କାଲେହେ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ନଦୀ ସବୁରେ ବନ୍ୟା ଆସିଥିଲା । ଗୁରୁବାର ଦିନ ନ୍ୟାମୁକୁବିରେ ସାପ୍ତହିକ ହାଟ ବସିଥିବା ବେଳେ ପାହାଡ଼ ଧସି ପଡ଼ିବାରୁ ଅନେକ ଲୋକ ପୋତି ହୋଇପଡ଼ିଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ଦୁର୍ବିପାକ ବଢ଼ିବାରେ ଲାଗିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.