ଇମ୍ରାନଙ୍କ ବାସଭବନରେ ଲୁଚି ରହିଛନ୍ତି ୩୦ ରୁ ୪୦ ଆତଙ୍କବାଦୀ
ଇମ୍ରାନଙ୍କ ପାଇଁ ଶେଷ ଚେତାବନୀ । ଇମ୍ରାନ ଖାନଙ୍କୁ ଅଳ୍ଟିମେଟମ ଦେଲେ ପାକିସ୍ତାନ ପଞ୍ଜାବର କାର୍ଯ୍ୟନିର୍ବାହି ମୁଖ୍ୟମନ୍ତ୍ରୀ ମୋହସିନି ରାଜ ନକ୍ଭି । ଇମ୍ରାନଙ୍କ ଲାହୋର ବାସଭବନରେ ଲୁଚି ରହିଥିବା ୩୦ ରୁ ୪୦ ଆତଙ୍କବାଦୀଙ୍କୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ କଡା ଚେତାବନୀ ଦେଇଛନ୍ତି ନକ୍ଭି । ନଚେତ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଖୋଲାଖୋଲି ଶୁଣାଇଦେଇଛନ୍ତି ।

ବର୍ତ୍ତମାନ ଇମ୍ରାନଙ୍କ ବାସଭବନ ପୋଲିସ ଛାଉଣୀ ହୋଇଛି । ଜମନ ପାର୍କ ପରିସରରେ ପଇଁତରା ମାରୁଛି ପଞ୍ଜାବ ପୋଲିସ୍ । ଇମ୍ରାନ ଖାନଙ୍କ ଘରେ ୩୦-୪୦ ଆତଙ୍କବାଦୀ ଲୁଚିରହିଥିବା ଖବର ସାମ୍ନାକୁ ଆସିବା ପରେ ଲାହୋର ସ୍ଥିତ ବାସବଭବନରେ ରେଡ୍ କରିଛି ପୋଲିସ । ଆତଙ୍କବାଦୀଙ୍କୁ ସମର୍ପଣ କରିବା ସମୟ ଦିଆଯାଇଥିଲା । କିନ୍ତୁ ତେହରିକ-ଏ-ଇନସାଫ- ପିଟିଆଇ ର କର୍ମୀମାନଙ୍କୁ ପାକିସ୍ତାନ ସରକାର ଆତଙ୍କବାଦୀ କହୁଛନ୍ତି ବୋଲି ଇମ୍ରାନ କହିଆସୁ ଛନ୍ତି ।