Below header

ଜେଜେ-ଜେଜେ ମା’ ଙ୍କୁ ଦେଖା ନ କରିବା ପାଇଁ ପୁଅ ଗୋଡ଼ରେ ଜଞ୍ଜିର ବାନ୍ଧି ତାଲା ପକାଇଲା ମା’

ଫିରୋଜାବାଦ : ଦିନକୁ ଦିନ ମାନବିକତାର ଅବକ୍ଷୟ ହେବାରେ ଲାଗିଛି । ସ୍ନେହଁ ପ୍ରେମ ଦୁନିଆରୁ ସତେ ଯେପରି ଉଭେଇ ଯାଇଛି । ବୁଢ଼ା କାଳେ ଜେଜେ ବାପା ଓ ଜେଜେ ମା’ଙ୍କର ଅତି ଗେଲ୍ହା ହୋଇଥାନ୍ତି ନାତୀ ନାତୁଣୀ । ହେଲେ ଜଣେ ମହିଳା ଜେଜେ-ଜେଜେ ମା’ଙ୍କୁ ଦେଖା କରିଦେବ ବୋଲି ନିଜର ପୁଅକୁ ଚେନ୍‌ରେ ବାନ୍ଧି ତାଲା ପକାଇ ଥିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଘଟିଛି ଉତ୍ତର ପ୍ରଦେଶର ଫିରୋଜାବାଦ ଗଙ୍ଗାନଗରରେ ।

ଜେଜେ ରଫିକ ଉଦ୍ଦିନଙ୍କୁ ଏହି ଖବର ମିଳିବା ପରେ ସେ ଥାନାରେ ଅଭିଯୋଗ କରଥିଲେ । ଫଳରେ ପୋଲିସ ଆସି ଉକ୍ତ ୧୨ ବର୍ଷର ବାଳକକୁ ଜଞ୍ଜିର ଖୋଲି ମୁକୁଳାଇଥିଲେ । ସବୁଦିନ ପରି ମହିଳା ଜଣକ ବାହାରକୁ ଯିବା ପରେ ପୁଅକୁ ଜଞ୍ଜିରରେ ବାନ୍ଧି ତାଲା ପକାଇ ଦେଇ ଯାଉଥିଲେ । ଜେଜେ ରଫିକ ଉଦ୍ଦିନ କୁହନ୍ତି ତାଙ୍କ ପୁଅର ମୃତ୍ୟୁ ପରେ ଟଙ୍କା ପଇସାକୁ ନେଇ ବୋହୂ ଅଲଗା ରହୁଛି । ତାଙ୍କ ନାତୀକୁ କେବେ ବି ତାଙ୍କ ପାଖକୁ ଯିବାକୁ ଦିଅନ୍ତି ନାହିଁ ।

ନାତୀ କାଳେ ତାଙ୍କ ପାଖକୁ ଦେଖା କିରବାକୁ ଚାଲିଯିବ ସେଥିପାଇଁ ତାର ଗୋଡରେ ଜଞ୍ଜିର ବାନ୍ଧି ତାଲା ପକାଇ ଦେଉଥିଲେ । ପୋଲିସ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିବାରୁ ମହିଳା ଜଣକ ଥାନାରେ କାନ୍ଦି କାନ୍ଦି ସମସ୍ତଙ୍କୁ କ୍ଷମା ମାଗିବା ପରେ ପୋଲିସ ମାମଲା ରୁଜୁ କରିନଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.