Below header

ପ୍ରବେଶ ଶୁକ୍ଳାଙ୍କୁ କ୍ଷମା କଲେ ପରିସ୍ରା କାଣ୍ଡ ପୀଡିତ, କହିଲେ ଆମ ଗାଁର ପଣ୍ଡିତ

ମଧ୍ୟପ୍ରଦେଶର ପରିସ୍ରା କାଣ୍ଡ ପୀଡିତ ଦଶମତ ରାବତ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ କ୍ଷମା କରିଥିବା ପ୍ରକାଶ କରି ମହାନତାର ପରିଛୟ ଦେଇଛନ୍ତି । ସେ ଆମ ଗାଁର ପଣ୍ଡିତ ହୋଇଥିବାରୁ ତାଙ୍କୁ କ୍ଷମା କରିଦିଅ ବୋଲି କହିଛନ୍ତି ପୀଡିତ । ଦଶମତ ଆହୁରି କହିଛନ୍ତି, ଏବେ ପ୍ରବେଶ ଶୁକ୍ଳାଙ୍କୁ ମୁକ୍ତ କରିଦିଆଯିବା ଉଚିତ୍‌ । ଯାହା କିଛି ଘଟିଯାଇଛି ସେଥିପାଇଁ ସେ ଅନୁତାପ କଲେଣି ।

ପ୍ରକାଶଯୋଗ୍ୟ, ମଧ୍ୟ ପ୍ରଦେଶର ସିଧିରେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ ତାଙ୍କ ଘରେ ବୁଲ୍ଡୋଜର ବୁଲିଛି। ବୁଲ୍ଡୋଜର ସାହାଯ୍ୟରେ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି।

ଗତ ମଙ୍ଗଳବାର ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପାଖାପାଖି ସପ୍ତାହେ ପୁରୁଣା ଏହି ଭିଡିଓ ଲୋକଲୋଚନକୁ ଆସିବା ପରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୨୯୪, ୫୦୪ ଓ ଏସ୍ସି/ଏସ୍ଟି ଆକ୍ଟରେ ମାମଲା ରୁଜୁ ହୋଇଛି।

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପରିସ୍ରା କାଣ୍ଡ ପୀଡ଼ିତଙ୍କ ଗୋଡ଼ ଧୋଇଛନ୍ତି। ସେ ତାଙ୍କ ଭୋପାଳସ୍ଥିତ ସରକାରୀ ବାସଭବନକୁ ଡକାଇ ପୀଡିତଙ୍କୁ ଭେଟିଥିଲେ। ଏହି ସମୟରେ ଶିବରାଜ ସିଂ ଘଟଣା ପାଇଁ ତାଙ୍କୁ କ୍ଷମା ମାଗିଥିଲେ।

ମୁଖ୍ୟମନ୍ତ୍ରୀ ପୀଡ଼ିତଙ୍କ ଗୋଡ଼ ଧୋଇ ଦେଇଥିଲେ, ତାଙ୍କର ଆଳତି କରିଥିଲେ ଏବଂ ତାଙ୍କୁ ସାଲ୍ ଘୋଡାଇ ସମ୍ମାନିତ କରିଥିଲେ। ଏଠାରେ ଏକ ବ୍ରାହ୍ମଣ ସଂଗଠନ କହିଛି ଯେ ପ୍ରବେଶ ଶୁକ୍ଳାଙ୍କ କାର୍ଯ୍ୟ ନିନ୍ଦନୀୟ, ହେଲେ ତାଙ୍କ ପାଇଁ ତାଙ୍କ ପରିବାରକୁ ଦଣ୍ଡ ଦେବା ଠିକ୍‌ ନୁହେଁ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.