ନୂଆଦିଲ୍ଲୀରେ ଓଡ଼ିଆ ଜର୍ଣ୍ଣାଲିଜିମ୍ ଆୱାର୍ଡ ପାଇବେ ୫ ଓଡ଼ିଆ ବରିଷ୍ଠ ସାମ୍ବାଦିକ

ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୨୩ ପ୍ରଦାନ କରାଯିବ।

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୨୨ ତାରିଖରେ ନୂଆଦିଲ୍ଲୀରେ ଓଡ଼ିଆ ଜର୍ଣ୍ଣାଲିଜିମ୍ ଆୱାର୍ଡ ପାଇବେ ୫ ଓଡ଼ିଆ ବରିଷ୍ଠ ସାମ୍ବାଦିକ।  ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୨୩ ପ୍ରଦାନ କରାଯିବ। ଆୱାର୍ଡ ପାଇବାକୁ ଥିବା ସାମ୍ବାଦିକମାନଙ୍କ ମଧ୍ୟରେ ଅଛନ୍ତି  ‘ସମ୍ବାଦ’ର ଡିଜିଏମ୍ (ନ୍ୟୁଜ) ଭବାନୀ ଶଙ୍କର ତ୍ରିପାଠୀ, କଳିଙ୍ଗ ଟିଭିର ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ଅର୍ଗସ ନିଉଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ଓଟିଭିର ପଶ୍ଚିମ ଓଡ଼ିଶା ମୁଖ୍ୟ ମନୋରଂଜନ ଯୋଶୀ ଏବଂ ପ୍ରମେୟର ମୁଖ୍ୟ ନିଉଜ କୋର୍ଡିନେଟର ସୁଦୀପ କୁମାର ରାଉତଙ୍କୁ ଓଡ଼ିଆ ଜର୍ଣ୍ଣାଲିଜିମ ଆୱାର୍ଡ-୨୦୨୩ରେ ସମ୍ମାନିତ କରାଯିବ।

ଏଥିସହିତ ଚଳିତ ବର୍ଷଠାର ପଲ୍ଲୀବାଣୀ ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ବର୍ଗରେ ସାମ୍ବାଦିକା ସାରଦା ଲାହାଙ୍ଗୀରଙ୍କୁ ମଧ୍ୟ ପୁରସ୍କୁତ କରାଯିବ।ଏହି ପୁରସ୍କାର ପ୍ରତିବର୍ଷ ମହିଳା ସାମ୍ବାଦିକାଙ୍କ ସର୍ବୋତ୍ତମ ଯୋଗଦାନ ପାଇଁ ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

 ମିଳିଥିବା ସୂଚନା ଅନୁସାରେ ଏହି  କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, କେନ୍ଦ୍ର ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ପତାଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣ ବିଶିଷ୍ଟ ଅତିଥି ରୁପେ ଯୋଗ  ସୁଚନାଯୋଗ୍ୟ, ଗତ ୫ ବର୍ଷରୁ ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶାର କୋଣ-ଅନୁକୋଣରୁ ସାମ୍ବାଦିକତା କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ପ୍ରତିଭାମାନଙ୍କୁ ଦିଲ୍ଲୀରେ ଓଡ଼ିଆ ଜର୍ଣ୍ଣାଲିଜମ ଆୱାର୍ଡରେ ସମ୍ମାନିତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.