Below header

IHS ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହ କଥା ହେଲେ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକଙ୍କୁ ଭେଟି ଦିବ୍ୟାଙ୍ଗଙ୍କ ପାଠପଢ଼ାକୁ ସୁଗମ କରିବା ସହ ସମାଜର ମୌଳିକ ଆବଶ୍ୟକତା ପୂରଣ କରିବା ଆମ ଦାୟିତ୍ୱ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହା ସହ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଥିବା ମଡେଲ୍‌ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍‌ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିଛନ୍ତି। 

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ ଅଫ୍‌ ହେଲଥ୍‌ ସାଇନ୍‌ସ ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଆଇଏଚଏସକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍‌ସ କମିଶନ- ୟୁଜିସି ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜର ମାନ୍ୟତା ପ୍ରଦାନ କରାଯାଇଥିବା ସେ କହିଛନ୍ତି।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକଙ୍କୁ ଭେଟି ଦିବ୍ୟାଙ୍ଗଙ୍କ ପାଠପଢ଼ାକୁ ସୁଗମ କରିବା ସହ ସମାଜର ମୌଳିକ ଆବଶ୍ୟକତା ପୂରଣ କରିବା ଆମ ଦାୟିତ୍ୱ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହା ସହ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଥିବା ମଡେଲ୍‌ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍‌ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିଛନ୍ତି।

ଜାତୀୟ ଶିକ୍ଷା ନୀତିରେ ଦିବ୍ୟାଙ୍ଗ ମାନଙ୍କ ବିକାଶ କରିବା ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ ହୋଇଛି। ଦିବ୍ୟାଙ୍ଗ ମାନଙ୍କୁ ସମ୍ମାନର ସହ ପ୍ରଶିକ୍ଷଣ ଦିଆଯାଇ ରୋଜଗାରର ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.