କଟକ ଜିଲ୍ଲା ଗୋବିନ୍ଦପୁର ଥାନା ବ୍ରହ୍ମପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ, ମହିଳାଙ୍କ ସହ ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା ଅଭିଯୋଗ

ମୃତ ଯୋଗେନ୍ଦ୍ର ଏବଂ ପଡୋଶୀ ସାମନ୍ତରାୟ ପରିବାରର ଏକ ଜଣେ ବିବାହିତ ମହିଳାଙ୍କ ସହ ଥଟାମଜା ହୋଇଥିଲେ। ଏନେଇ ଗତକାଲି ରାତିରେ ଯୋଗେନ୍ଦ୍ରଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଆକ୍ରମଣ କରିବା ପରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ଏକ ବନ୍ଦ କୋଠରୀରେ ଫିଙ୍ଗି ଦେଇଥିଲେ

କଟକ(କେନ୍ୟୁଜ୍): ମହିଳାଙ୍କ ସହ ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା ଅଭିଯୋଗ। କଟକ ଜିଲ୍ଲା ଗୋବିନ୍ଦପୁର ଥାନା ବ୍ରହ୍ମପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ବ୍ରହ୍ମପୁର ଗାଁର ଶଶୀଭୂଷଣ ପ୍ରହରାଜଙ୍କ ବଡପୁଅ ଯୋଗେନ୍ଦ୍ରଙ୍କୁ ପଡୋଶୀ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଗୋବିନ୍ଦପୁର ଥାନାରେ ଏତଲା ହୋଇଛି। ମୃତ ଯୋଗେନ୍ଦ୍ର ଏବଂ ପଡୋଶୀ ସାମନ୍ତରାୟ ପରିବାରର ଏକ ଜଣେ ବିବାହିତ ମହିଳାଙ୍କ ସହ ଥଟାମଜା ହୋଇଥିଲେ। ଏନେଇ ଗତକାଲି ରାତିରେ ଯୋଗେନ୍ଦ୍ରଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଆକ୍ରମଣ କରିବା ପରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ଏକ ବନ୍ଦ କୋଠରୀରେ ଫିଙ୍ଗି ଦେଇଥିଲେ।

ଆଜି ଯୋଗେନ୍ଦ୍ରଙ୍କ ମାଆ ଘରର କବାଟ ଖୋଲିବା ପରେ ପୁଅର ମୃତଦେହ ଦେଖି ପଡ଼ୋଶୀଙ୍କୁ ଡାକିଥିଲେ। ଖବର ପାଇ ଗୋବିନ୍ଦପୁର ପୋଲିସ ଏବଂ କଟକ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଯୋଗେନ୍ଦ୍ରଙ୍କ ମୁଣ୍ଡ, ପାଟି ଏବଂ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ରହିଛି। ଗାଁ ଦାଣ୍ଡରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଛି। ସାମନ୍ତରାୟ ପରିବାରର ଦୁଇ ପଡୋଶୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। କାଲି ଘଟଣାସ୍ଥଳକୁ ସାଇଣ୍ଟିପିକ ଟିମ୍‌ ଆସିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.