Below header

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ଜନଜୀବନ ଅସ୍ତବ୍ୟସ୍ତ

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଲଗାଣ ବର୍ଷାରେ ଜଳାର୍ଣ୍ଣବ ପୁରା ଦିଲ୍ଲୀ। ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଜନଜୀବନ ଅସ୍ତବ୍ୟସ୍ତ।

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଲଗାଣ ବର୍ଷାରେ ଜଳାର୍ଣ୍ଣବ ପୁରା ଦିଲ୍ଲୀ। ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଜନଜୀବନ ଅସ୍ତବ୍ୟସ୍ତ। କନ୍ନଟ ପ୍ଲେସ, ସରିତା ବିହାର, ଦିଲ୍ଲୀ ୟୁନିଭର୍ସିଟି, ଆଇଟିଓ, ମଞ୍ଜୁକା ଟିଲ୍ଲା, ରୋହତକ ରୋଡ ଓ ରିଙ୍ଗରୋଡ ସହ ଅନ୍ୟାନ୍ୟ ସ୍ଥାନରେ ରାସ୍ତା ହ୍ରଦର ଭ୍ରମ ସୃଷ୍ଟି କରିଛି।

ପାଣି ଅଧିକ ହେବା ପରେ ମଣ୍ଟୋ ବ୍ରିଜ ତଳେ ଯାତାୟାତକୁ ବନ୍ଦ କରାଯାଇଥିଲା। ସକାଳୁ ଲାଗି ରହିଥିଲା ମୂଷଳଧାରରେ ବର୍ଷା। ଦିନ ଅଢେଇଟା ସୁଦ୍ଧା ସଫଦରଗଞ୍ଜ ଅଞ୍ଚଳରେ ୯୮.୭ ମିମି, ଲୋଧି ରୋଡରେ ୧୧୧. ୪ ମିମି ବର୍ଷା ରେକର୍ଡ ହୋଇଥିଲା। କନ୍ନଟ ପ୍ଲେସର ଅନେକ ଦୋକାନରେ ପାଣି ପଶିଥିବା ଦେଖାଯାଇଛି।

ପ୍ରବଳ ବର୍ଷାରେ କାଲକାଜୀର ଦେଶବନ୍ଧୁ କଲେଜରେ ପାଚେରୀ ଭୁଶୁଡ଼ି ଅନେକ ଗାଡ଼ି ନଷ୍ଟ ହୋଇଛି। ରାସ୍ତାରେ ଆଣ୍ଠୁଏ ପାଣି ଜମା ହେବା ପରେ ଗାଡ଼ି ଚଳାଚଳ ସହ ଗମନାଗମନରେ ଅନେକ ଅସୁବିଧା ଉପୁଜିଥିଲା। ଫଳରେ ଅନେକ ସ୍ଥାନରେ ଟ୍ରାଫିକର ଦିଗ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ସେପଟେ ରାସ୍ତାରେ ଅସମ୍ଭାଳ ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ପଞ୍ଚଶୀଳ ମାର୍ଗ, ନେହରୁ ନଗର, କାଲକାଜୀ, ଆଇଟିଓରେ ହଜାର ହଜାର ଗାଡ଼ି ରାସ୍ତାରେ ଅଟକି ରହିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.