Below header

ଜମ୍ମୁ କାଶ୍ମୀରରେ ବର୍ଷା ବିତ୍ପାତ, ଆକସ୍ମିକ ବନ୍ୟାରେ ଭାସିଗଲେ ୨ ଜଣ ଯବାନ

ଜମ୍ମୁ କାଶ୍ମୀର ପୁଞ୍ଛରେ ବର୍ଷା ବିତ୍ପାତ । ଆକସ୍ମିକ ବନ୍ୟାରେ ଭାସିଗଲେ ୨ ଜଣ ଯବାନ । ପ୍ରବଳ ବର୍ଷା ଯୋଗୁ ପୋଶାନା ନଦୀରେ ହଠାତ ବନ୍ୟା ମାଡ଼ି ଆସିଥିଲା। ବନ୍ୟା ଘେରରେ ଫସି ଯାଇଥିଲେ ୨ ଯବାନ। ପ୍ରଖର ସୁଅରେ ଭାସି ଯାଇଥିଲେ। ୨ ଯବାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସେହିପରି ଅନନ୍ତନାଗରେ ମଧ୍ୟ ପ୍ରବଳ ବର୍ଷା ପରେ ଆକସ୍ମିକ ବନ୍ୟା। ପାଣିର ପ୍ରଖର ସ୍ରୋତରୁ ଏକାଧିକ ଯାଯାବର ପରିବାରକୁ ଉଦ୍ଧାର କଲେ ଆର୍ମୀ ଓ ଏନଡିଆରଏଫ ଯବାନ । ମଣିଷ ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ଗଛରେ ରଶି ବାନ୍ଧି ଜୀବନକୁ ବାଜି ଲଗାଇ ଉଦ୍ଧାର କରିଛନ୍ତି ଯବାନ।

ସେପଟେ ଜମ୍ମୁ-ଶ୍ରୀନଗର ରାଜପଥରେ ଧୋଇଗଲା ରାସ୍ତା। ଦୁଇଟି ଟନେଲକୁ ସଂଯୋଗ କରୁଥିବା ରାସ୍ତା ଧୋଇ ଯାଇଛି। ରମ୍ବନ ଜିଲ୍ଲାରେ ପ୍ରବଳ ବର୍ଷା ପରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁ ରାସ୍ତା ଖଣ୍ଡଖଣ୍ଡ ହୋଇ ଭାଙ୍ଗି ଯାଇଥିଲା। ରାସ୍ତା ଭାଙ୍ଗିଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ମରାମତି ନହେବା ପର୍ଯ୍ୟନ୍ତ ଏହି ରାସ୍ତାରେ ନଯିବାକୁ ଲୋକଙ୍କୁ ସତର୍କ କରାଯାଇଛି। ଏହି ରାଜପଥ ଦେଶ ସହ ଜମ୍ମୁ କାଶ୍ମୀରକୁ ସଂଯୋଗ କରିଥାଏ। ଅନ୍ୟପଟେ ଆସନ୍ତାକାଲି ଜମ୍ମୁ କାଶ୍ମୀରରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.