ସକ୍ରିୟ ରହିଛି ମୌସୁମୀ, ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା

ଆଗାମୀ ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷାର ଲାଗି ରହିବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆଜି ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଭୁବନେଶ୍ଵର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଆଗାମୀ ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷାର ଲାଗି ରହିବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆଜି ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୨ ତାରିଖ ଯାଏ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ମୌସୁମୀ ସିଜିନରେ ବର୍ତ୍ତମାନ ଯାଏ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ୧ରୁ ଆଜି ସୁଦ୍ଧା ରାଜ୍ୟରେ ବର୍ଷା ପରିମାଣ ରହିଛି ୨୨୭. ୨ ମିଲିମିଟର । ଯାହାକି ସ୍ୱାଭାବିକ ବର୍ଷା ୨୮୬.୮ ମିଲିମିଟର ତୁଳନାରେ ୨୪ ପ୍ରତିଶତ କମ୍‌ ବର୍ଷା । ଏହି ସମୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୩୧.୫ ମିଲିମିଟର ବର୍ଷା ହୋଇଥିବା ବେଳେ ସବୁଠୁ କମ୍‌ କଳାହାଣ୍ଡି ଜିଲ୍ଲାରେ ବର୍ଷିଛି । କଳାହାଣ୍ଡି ଜିଲ୍ଲାରେ ୧୨୩.୫ ମିଲିମିଟର ବର୍ଷା ଅର୍ଥାତ ସ୍ୱାଭାବିକ ତୁଳନାରେ ୬୪ ପ୍ରତିଶତ କମ୍‌ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ ଜିଲ୍ଲାରେ ନିଅଣ୍ଟିଆ ଓ ୧୧ ଜିଲ୍ଲାରେ ହୋଇଛି ସ୍ୱାଭାବିକ ବୃଷ୍ଟିପାତ । ଏବେ ବର୍ଷା ଜାରି ରହିଥିଲେ ବି ଏହାର ବିଶେଷ ପ୍ରଭାବ ନାହିଁ । ଚଳିତ ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେବେ ଏହା ନିଅଣ୍ଟିଆ ସ୍ଥିତିକୁ କେତେ ଭରଣା କରୁଛି ତାଉପରେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.