ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରି ଧୂମ୍ ବେପାର କରୁଥିଲା ଯୁବକ, ବାନ୍ଧିଲା ଖଣ୍ଡଗିରି ପୋଲିସ

ଖଣ୍ଡଗିରି ଥାନା ପୋଲିସ ହାତରେ ଧରାପଡ଼ିଛି ଗଞ୍ଜେଇ ବେପାରୀ । ପଞ୍ଚଶଖା ନଗରରୁ ମାନସ କୁମାର ସାହୁ ଗିରଫ ସମେତ ୨୧ କେଜି ଗଞ୍ଜେଇ ଏବଂ ଏକ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ପୋଲିସ । ୫ ମାସ ହେବ ସେ ଏକ ଘରୋଇ ଇଞ୍ଜନିୟରିଂ କଲେଜର ନିକଟରେ ମାନସ ପାନ ଦୋକାନ କରିଥିଲେ।

ଭୁବନେଶ୍ବର(କେନ୍ୟୁଜ୍):  ପାନ ଦୋକାନରେ ଗଞ୍ଜେଇ ସିଗାରେଟ ବେପାର । ଖଣ୍ଡଗିରି ଥାନା ପୋଲିସ ହାତରେ ଧରାପଡ଼ିଛି ଗଞ୍ଜେଇ ବେପାରୀ । ପଞ୍ଚଶଖା ନଗରରୁ ମାନସ କୁମାର ସାହୁ ଗିରଫ ସମେତ ୨୧ କେଜି ଗଞ୍ଜେଇ ଏବଂ ଏକ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ପୋଲିସ । ୫ ମାସ ହେବ ସେ ଏକ ଘରୋଇ ଇଞ୍ଜନିୟରିଂ କଲେଜର ନିକଟରେ ମାନସ ପାନ ଦୋକାନ କରିଥିଲେ।

ପାନ ବିକିବା ବାହାନାରେ ତାର ମୂଳ ବ୍ୟବସାୟ ରହିଥିଲା ଗଞ୍ଜେଇ ବିକ୍ରୀ । ମାନସଙ୍କ ଘର୍ ଜଗତସିଂପୁରରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଗଞ୍ଜେଇ ଏବଂ ଗଞ୍ଜେଇ ସିଗାରେଟ ବିକ୍ରୀ କରୁଥିଲା । କଲେଜ୍ ପଢୁଆ ଛାତ୍ର ମାନଙ୍କୁ ଗଞ୍ଜେଇ ସିଗାରେଟ ବିକ୍ରି କରେ ମାନସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.