ସୀମାରେ ଶତ୍ରୁ ପାଇଁ ସତର୍କଘଣ୍ଟି, ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ

ସୀମାରେ ଶତ୍ରୁ ପାଇଁ ସତର୍କଘଣ୍ଟି । ଶତ୍ରୁପକ୍ଷକୁ ଯେକୌଣସି ମୂହୂର୍ତ୍ତରେ ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ସେନା । ସୀମାରେ ଶକ୍ତି ପ୍ରଦର୍ଶନ । ବିରାଟ ସମରାଭ୍ୟାସ ।

ନୂଆଦିଲ୍ଲୀ : ସୀମାରେ ଶତ୍ରୁ ପାଇଁ ସତର୍କଘଣ୍ଟି । ଶତ୍ରୁପକ୍ଷକୁ ଯେକୌଣସି ମୂହୂର୍ତ୍ତରେ ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ସେନା । ସୀମାରେ ଶକ୍ତି ପ୍ରଦର୍ଶନ । ବିରାଟ ସମରାଭ୍ୟାସ । ପୂର୍ବ ଲଦାଖ ସେକ୍ଟରରେ ଟ୍ୟାଙ୍କ ଓ କମ୍ବାଟ ଭେହିକିଲ ସହ ସମରାଭ୍ୟାସ କରିଛି ଭାରତୀୟ ସେନା ।

ନାୟୋମାଠାରେ ସିନ୍ଧୁ ନଦୀ ନିକଟରେ ବହୁ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ପରିବହନକାରୀ ଗାଡି ମୁତୟନ କରିଛି ଭାରତ । ସିନ୍ଧୁ ନଦୀ ପାର ହୋଇ ଡ୍ରିଲ କରିଛି ସେନା । ଏଥିରେ ବିଧ୍ୱଂସକାରୀ ଧନୁଷ, ହଓ୍ଵିଜର T-90, T-72, M-4 ଟ୍ୟାଙ୍କ ସାମିଲ ହୋଇଛି ।

ପୂର୍ବ ଲଦାଖରେ ଚୀନ୍‌ ସୀମାରେ ଉତ୍ତେଜନା ପରେ ଭାରତ ଏଠାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ସେନା ମୁତୟନ କରିଛି। ଚୀନ୍‌କୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସର୍ବଦା ପ୍ରସ୍ତୁତ ବୋଲି ଏହି ଡ୍ରିଲ୍‌ ଜରିଆରେ ଚେତାବନୀ ଦେଇଛି । ସେନାର ଏହି ସମରାଭ୍ୟାସ ଦେଖିଲେ ମନରେ ଗର୍ବ ଆସୁଛି, ସାହସ ଭରି ଯାଉଛି । ବିଶ୍ୱର ଖୁବ୍‌ କମ୍‌ ଦେଶ ସମୁଦ୍ର ପତ୍ତନ ଠାରୁ ୧୬ ହଜାର ଫୁଟ ଉପରେ ଏପରି ଡ୍ରିଲ କରିବାରେ ସକ୍ଷମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.