ଏନ୍‌ସିପିରେ ବଢୁଛି କାକା-ପୁତୁରା କଳି : ଆଇ ଆମ ନଟ୍‌ ଟାୟାର୍ଡ, ଆଇ ଆମ ନଟ୍‌ ରିଟାୟାର୍ଡ- ଶରଦ ପାୱାର

ଏନ୍‌ସିପିରେ ବଢୁଛି କାକା-ପୁତୁରା କଳି। ବୟସ ନେଇ ରାଜନୀତିରୁ ଅବସର ନେବା ଅଜିତ ପାୱାରଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି ଭେଟେରାନ ପାୱାର। ପୁଷ୍ପା ଫିଲ୍ମ ଷ୍ଟାଇଲରେ କହିଛନ୍ତି, ଆଇ ଆମ ନଟ୍‌ ଟାୟାର୍ଡ, ଆଇ ଆମ ନଟ୍‌ ରିଟାୟାର୍ଡ। ଏନସିପିରେ ଅଜିତ ଗୋଷ୍ଠୀଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ଶରଦ ପାୱାର।

ମହାରାଷ୍ଟ୍ର ସହ ରାଜ୍ୟ ବାହାରେ ମଧ୍ୟ ରୋଡ ସୋ କରି ଲୋକଙ୍କ ସମର୍ଥନ ଲୋଡ଼ିବେ ବୋଲି ନାସିକର ୟେଓଲା ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଏହି ଅବସରରେ ସେ ଥକି ନାହାନ୍ତି କିମ୍ବା ଅବସର ନେଉନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସମସ୍ତ ବିଦ୍ରୋଦୀଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି କହିଛନ୍ତି ଏନସିପି ଅଧ୍ୟକ୍ଷ।

ସେହିପରି ସୁପ୍ରିୟା ସୁଲେଙ୍କୁ କ୍ଷମତା ପ୍ରଦାନ ନେଇ ପ୍ରଫୁଲ୍ଲ ପଟେଲଙ୍କ ଅଭିଯୋଗର ମଧ୍ୟ ଜବାବ ରଖିଛନ୍ତି। ସୁପ୍ରିୟା ରାଜନୀତିକୁ ଆସନ୍ତୁ ବୋଲି ଦଳର କର୍ମକର୍ତ୍ତାମାନେ ଚାହୁଁଥିଲେ। ସେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ପ୍ରଫୁଲ ପଟେଲଙ୍କୁ ଦଳ ୧୦ ବର୍ଷ କେନ୍ଦ୍ର ମନ୍ତ୍ରୀ କରିଛି। ସେ ଲୋକସଭା ନିର୍ବାଚନରେ ପରାଜିତ ହେବା ପରେ ତାଙ୍କୁ ଆମେ ରାଜ୍ୟସଭାକୁ ପଠାଇଛୁ ବୋଲି କହିଛନ୍ତି ଶରଦ ପାୱାର।

You might also like