ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ : ଭୋଟ ବାକ୍ସ ଲୁଟିଲେ-ପୋଡିଲେ ଓ ପୋଖରୀରେ ଫିଙ୍ଗିଲେ , ହିଂସାରେ ୧୫ ମୃତ

ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଏବେ ସବୁ ଖବରକାଗଜର ହେଡ ଲାଇନରେ । ନିର୍ବଚନୀ ହିଂସାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଠାରେ ଭୋଟ ବାକ୍ସ ଲୁଟର ଚିତ୍ର ଦେଖିବାକୁ ମିଳିଛି ।

କୋଲକାତା : ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଏବେ ସବୁ ଖବରକାଗଜର ହେଡ ଲାଇନରେ । ନିର୍ବଚନୀ ହିଂସାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଠାରେ ଭୋଟ ବାକ୍ସ ଲୁଟର ଚିତ୍ର ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଭୋଟ ବାକ୍ସ ଲୁଟ ହୋଇଥିବା ବେଳେ କେତେକ ସ୍ଥାନରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗି ଦିଆଯାଇଥିବା ଜାଣିବାକୁ ମିଳିଛି ।

ଆଉ କିଛି ସ୍ଥାନରେ ଭୋଟ ବାକ୍ସକୁ କିଛି ଲୋକ ପିଟି ପିଟି ଭାଙ୍ଗି ସେଥିରେ ଥିବା ବାଲାଟ ପେପରରେ ନିଆଁ ଲଗାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ କେତକ ସ୍ଥାନରେ ଭୋଟ ଆରମ୍ଭ ହେବା ପୂର୍ବରୁ ବାଲାଟ ବକ୍ସ ଭର୍ତ୍ତି ହେଉଯାଉଥିବା ଜାଣିବାକୁ ମିଳିଛି ।

କୁଚ ବିହାର ଅଂଚଳରେ କିଛି ଲୋକ ବାଲାଟ ବକ୍ସକୁ ଲୁଟ କରି ରାସ୍ତା ଉପରେ ରଖି ଭାଙ୍ଗୁଥିବା ଓ ପରେ ଏଥିରେ ନିଆଁ ଲଗାଇ ଜାଳୁଥିବାର ଫଟୋ ଭାଇରାଲ ହେଉଛି । କେତେକ ସ୍ଥାନରେ ଭୋଟ ଦେବା ପାଇଁ ଲୋକଙ୍କୁ ଛଡାଯାଉ ନଥିବା ଦେଖାଯାଇଛି । ରକ୍ତପାତ ଓ ହିଂସା ବନ୍ଦ କରିବା ପାଇଁ ରାଜ୍ୟପାଳ ଲୋକମାନଙ୍କୁ ନିବେଦନ କରିଛନ୍ତି ।

ପଶ୍ଚିମ ବଙ୍ଗ ନିର୍ବାଚନୀ ହିଂସା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମୀତ ଶାହ ତୁରନ୍ତ ଏହାର ତଦନ୍ତ ଆଦେଶ ଦେଇଛନ୍ତି । କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ପଶ୍ଚିମବଙ୍ଗ ନିର୍ବାଚନକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି । ତେବେ ଏହି ଘଟଣାରେ କଂଗ୍ରେସ ଓ ରାହୁଲ ଗାନ୍ଧୀ ନିରବ ଅଛନ୍ତି । କାରଣ କଂଗ୍ରେସ ମମତା ବାନାର୍ଜୀଙ୍କ ସହ ମେଣ୍ଟ କରିବାକୁ ଚିନ୍ତା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.