ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେଉ କେନ୍ଦ୍ର, ବିଜେଡି ପୁଣି ଉଠାଇଲା ଦାବି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ପାଇକ ସ୍ମାରକୀ ସ୍ଥଳ ବୁଲି ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିବା ପରେ ଆଜି ବିଜେଡି ଏହି ଦାବି ରଖିଛି।

ଭୁବନେଶ୍ବର(କେନ୍ୟୁଜ୍): ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେଉ କେନ୍ଦ୍ର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ପାଇକ ସ୍ମାରକୀ ସ୍ଥଳ ବୁଲି ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିବା ପରେ ଆଜି ବିଜେଡି ଏହି ଦାବି ରଖିଛି। ପାଇକ ବିଦ୍ରୋହକୁ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ଘୋଷଣା କରିବାକୁ ଦାବି କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ୨୦୧୭ ଜୁଲାଇରେ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଥିଲା।

ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ୧୦ଏକର ଜାଗା ଯୋଗାଇ ଦେଇଛନ୍ତି। ବିଜେଡି ବିଧାୟକମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ। ରାଜ୍ୟରୁ ୨ ଜଣ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ୮ ଜଣ ସାଂସଦ ଥିଲେ ବି ଏ ପ୍ରସଙ୍ଗ ସଂସଦରେ ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି ପ୍ରେସ ମିଟ୍‌ରି କହିଛି ବିଜେଡି। ଏବେ ନିର୍ବାଚନ ଆସିବା ଆଗରୁ ରାଜନୈତିକ ଡ୍ରାମା କରୁଛି ବିଜେପି ବୋଲି କହିଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.