Below header

ଝାଡ଼ଖଣ୍ଡରେ ଅଜଣା ଆତତାୟୀଙ୍କ ନାରକୀୟକାଣ୍ଡ , ସେମରାରେ ଗୁଳି କରି ଠିକା କର୍ମଚାରୀଙ୍କୁ ହତ୍ୟା

ଝାଡ଼ଖଣ୍ଡ(କେନ୍ୟୁଜ୍) : ଝାଡ଼ଖଣ୍ଡରେ ଅଜଣା ଆତତାୟୀଙ୍କ ନାରକୀୟକାଣ୍ଡ । ପଶ୍ଚିମ ସିଂହଭୂମି ଚକ୍ରଧରପୁର ଥାନା ସେମରାଠାରେ ଗୁଳିକାଣ୍ଡ । ପୋଲ ନିର୍ମାଣ କାମରେ ନିୟୋଜିତ ଠିକା କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ଯୋଗେଣ ମହତୋ । ସେହିପରି ଗୁଳିମାଡ଼ରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆତତାୟୀମାନେ ପ୍ରଥମେ ଠିକା କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହା ସହ ପୋଲ ନିର୍ମାଣ କାମରେ ବ୍ୟବହୃତ ଗାଡ଼ିକୁ ପୋଡି ଦେଇଥିଲେ।

burn carମାଓବାଦୀମାନେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବ୍‌ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପଶ୍ଚିମ ସିଂହଭୂମି ଥାନା ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.