Below header

ପିଆଜ ଚିନ୍ତାରୁ ମିଳିବ ମୁକ୍ତି, ଖୁବ ଜଲଦି କିଲୋପ୍ରତି ୩୦ ଟଙ୍କାରେ ବଜାରରେ ମିଳିବ ପିଆଜ

କେନ୍ୟୁଜ୍(ବ୍ୟୁରୋ):  ଖୁବ ଜଲଦି ବଜାରକୁ ଆସିପାରେ ଶସ୍ତା ପିଆଜ। ମହଙ୍ଗାରେ ମିଳୁଥବା ପିଆଜ ଦରରେ ଲାଗବ ରୋକ। ଏହା କହିଛନ୍ତି  ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ଏଗ୍ରିକଲଚର କୋଅପରେଟିଭ୍ ମାର୍କେଟିଙ୍ଗ ଫେଡେରେସନ ଅଫ ଇଣ୍ଡିଆର ନିର୍ଦ୍ଦେଶକ। ଶସ୍ତା ପିଆଜ ବିକ୍ରି କରିବାର ପ୍ଲାନିଂ ଆରମ୍ଭ ହୋଇଛି ଓ  ୧୦ ଦିନ ଭିତରେ ରାଜସ୍ଥାନରୁ ମଧ୍ୟ ପିଆଜର ଆସିବାର ଆଶା ରହିଛି । ଏହାପରେ ପିଆଜର ମୂଲ୍ୟ ଆପେ ଆପେ ତଳକୁ ଖସି ଆସିବ ବୋଲି NAFED ନିର୍ଦ୍ଦେଶକ କହିଛନ୍ତି ।

NAFEDର ନିର୍ଦେଶକ ଅଶୋକ ଠାକୁରଙ୍କ କହିଛନ୍ତି ଯେ NAFED ନିଜର ଗୋଦାମରୁ ପିଆଜ ଅନ୍ୟ ରାଜ୍ୟକୁ ପଠାଇବା ଆରମ୍ଭ କରିଦେଇଛି। ଏହା ୨୧ ଟଙ୍କା ପ୍ରତି କିଲୋ ରେଟରେ ରାଜ୍ୟମାନଙ୍କୁ ପଠାଯାଇଛି। ରାଜ୍ୟ ସରକାର ଏହି ପିଆଜ ଉପରେ ଟ୍ରାନ୍ସପୋର୍ଟ ଓ ଅନ୍ୟଖର୍ଚ୍ଚକୁ ଯୋଡି ନିଜ  ହିସାବରେ ସେହି ପିଆଜକୁ ବଜାରରେ ବିକ୍ରି କରିପାରିବେ। ଅତି ବେଶୀରେ ରାଜ୍ୟ ସରକାର ମାନେ ୩୦ ଟଙ୍କାରେ ଏହି ପିଆଜକୁ ଖାଉଟି ମାନଙ୍କ ପାଖରେ ପହଞ୍ଚାଇ ପରିବେ। ଆହୁରୀ  ମଧ୍ୟ ଅଶୋକ ଠାକୁର କହିଛନ୍ତି ଯେ  ଦିଲ୍ଲୀରେ ସଫଳ ଷ୍ଟୋରରେ ୨୮ ଟଙ୍କା କିଲୋ ରେଟରେ ପିଆଜ ବିକ୍ରି କରାଯାଉଛି ।  ଖାଉଟିମାନେ ବେଶ୍ ସୁବିଧାରେ ଓ କମ୍ ରେଟରେ ପିଆଜ କିଣି ପାରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.