ମାସ୍କ ନ ପିନ୍ଧିଲେ ହେବ ୨ ବର୍ଷ ଜେଲ୍‌, କରୋନା ସଂକ୍ରମଣ ପାଇଁ ଏମିତି କଡ଼ା ଆଇନ୍‌ ଲାଗୁ କଲା ଏହି ଦେଶ

କରୋନା ଭାଇରସ୍‌ ସଂକ୍ରମଣ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟତି କରିଛି । ଏପର୍ଯ୍ୟନ୍ତ କରୋନା ଟିକା ବାହାର କରିବାରେ କୈାଣସି ଦେଶ ସଫଳ ହୋଇ ନାହାନ୍ତି । କରୋନା ଟିକା ନ ବାହାରିବା ପର୍ଯ୍ୟନ୍ତ କେବଳ ନିଜକୁ ସୁରକ୍ଷିତ ରଖିବା ଏକମାତ୍ର ବିକଳ୍ପ । ସେଥିପାଇଁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

mask-0

ହେଲେ କିଛି ଅମାନିଆ ଏହାକୁ ଠିକ୍‌ ଭାବରେ ପାଳନ କରୁନଥିବାରୁ ସରକାର କଡ଼ା ଆଇନ ଆଣୁଛନ୍ତି । ଏହି ଘାତକ ରୋଗରେ ବିଶ୍ୱରେ ୪.୨୫ କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୧.୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ଅପ୍ରେଲ ମାସରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଇଥୋପିୟା ସରକାରଙ୍କ ଦ୍ୱାରା ଏମର୍ଜେନ୍ସି ଲାଗୁ କରାଯାଇଥିଲା । ଏବେ ଆହୁରି କଡ଼ା ଆଇନ୍‌ ଲାଗୁ କରାଯାଇଛି ।

ଯଦି କେହି ବ୍ୟକ୍ତି ମାସ୍କ ନ ପିନ୍ଧନ୍ତି ତେବେ ତାଙ୍କୁ ୨ ବର୍ଷ ଯାଏ ଜେଲ୍‌ ଦଣ୍ଡ ହୋଇପାରେ ବୋଲି ଇଥୋପିୟା ସରକାର ଘୋଷଣା କରିଛନ୍ତି । ଆଫ୍ରିକାର ଇଥୋପିୟାରେ ଏବର୍ଷ ସଂସଦୀୟ ନିର୍ବାଚନ ହେବାକୁ ଥିବା ବେଳେ କରୋନା କାରଣରୁ ଏହାକୁ ବନ୍ଦ କରାଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.