Below header

ରୁଷକୁ ପ୍ରତିହତ କରିବାକୁ ନାଟୋର ନୂଆ ରଣନୀତି

ରୁଷକୁ ପ୍ରତିହତ କରିବାକୁ ନାଟୋର ନୂଆ ରଣନୀତି। ଶୀତଳ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ନୂଆ ରଣନୀତିରୁ ରୂପଦେଖ ଦେବାକୁ ଯାଉଛି ନାଟୋ। ଆସନ୍ତା ମାସରେ ଲିଥୁନିଆର ରାଜଧାନୀ ଭିଲ୍‌ନିୟସରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଏହି ରଣନୀତିର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ ହେବ। ଭିଲ୍‌ନିୟସ ଶିଖର ସମ୍ମିଳନୀରେ ହଜାରେ ପୃଷ୍ଠାର ଗୁପ୍ତ ସୈନ୍ୟ ଯୋଜନାକୁ ମଞ୍ଜୁର ଦେବାକୁ ସ୍ଥିର ହୋଇଛି।

ଶୀତଳ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ରୁଷ ବିରୋଧରେ ଜବାବୀ ଆକ୍ରମଣ ପାଇଁ ନାଟୋର ରଣନୀତି ସଂପର୍କରେ ବିସ୍ତାର ଭାବେ ଏହି ସମ୍ମିଳନୀରେ ଆଲୋଚନା ହେବ। ଗତ କିଛି ଦଶନ୍ଧି ଧରି ନାଟୋ ନିଜର ପ୍ରତିରକ୍ଷା ଯୋଜନାର ବିସ୍ତାର ପାଇଁ କୌଣସି ଆବଶ୍ୟକତା ଅନୁଭବ କରିନଥିଲା। ଆଫଗାନିସ୍ତାନ ଓ ଇରାକରେ ଛୋଟ ଧରଣର ଯୁଦ୍ଧ ପରେ ସୋଭିଏତ ରୁଷର ବିଭାଗନ ପରେ ନାଟୋ ପାଇଁ କୌଣସି ବିପଦ ନଥିବା ଅନୁଭବ କରିଥିଲା।

କିନ୍ତୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ୧୯୪୫ ପରେ ନାଟୋ ସଂଗଠନ ଏବେ ପ୍ରତିରକ୍ଷାରୁ ଆହୁରି ମଜଭୂତ କରିବାକୁ ଯୋଜନା କରିଛି। ସେପଟେ ୟୁକ୍ରେନ ଉପରେ ପୁଣି ରୁଷର ପ୍ରଚଣ୍ଡ ଆକ୍ରମଣ। ଏଥର ଟାର୍ଗେଟରେ ରାଜଧାନୀ କିଭ୍‌। ଚଳିତ ମାସରେ କିଭ୍‌ ଉପରେ ନବମ ଥର ପାଇଁ ମିସାଇଲ ମାଡ଼ କରିଛି ରୁଷ। ତେବେ ଶତ୍ରୁପକ୍ଷର ମିସାଇଲକୁ ମାରି ଖସାଇ ଦେଇଛି ୟୁକ୍ରେନ ସେନା।

ରୁଷ ମିସାଇଲକୁ ଧ୍ୱଂସ କରାଯାଇଥିଲେ ମଧ୍ୟ ଏହାର ଧ୍ୱଂସାବଶେଷ ବିଭିନ୍ନ ସ୍ଥାନରେ ପଡ଼ି ୨ଟି ଜିଲ୍ଲାରେ କ୍ଷୟକ୍ଷତି ଘଟିଛି। ଗତ ରାତିରେ କିଭ୍‌ ଉପରେ ରୁଷ ୩୦ଟି ମିସାଇଲ ମାଡ଼ କରିଥିଲା। କିନ୍ତୁ ୨୯ଟି ମିସାଇଲକୁ ୟୁକ୍ରେନ ଏୟାର ଫୋର୍ସ ମାରି ଖସାଇ ଦେଇଛି। ଓଡ଼େଶା, ଭିନିସିଆ ଉପରେ ମଧ୍ୟ ମିସାଇଲ ମାଡ଼ କରିଛି କ୍ରେମଲିନ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.