ବିମାନ ଶୌଚାଳୟରେ ବିଡ଼ି ପିଇବାର ମହଙ୍ଗା ପଡ଼ିଲା, ଗିରଫ ପରେ ଗଲେ ସେଣ୍ଟ୍ରାଲ ଜେଲ

ଟ୍ରେନ ଶୌଚାଳୟରେ ବିଡ଼ି ପିଇବାର ଅଭ୍ୟାସ ମହଙ୍ଗା ପଡ଼ିଲା। ଭାବିଥିଲେ ବିମାନରେ ବି ଚଳିଯିବ । ହେଲେ ଏଠି ଧରାପଡ଼ି ଗଲେ ଜେଲ୍‌ । ଆଲାସ୍କା ବିମାନର ଶୌଚାଳୟରେ ଧୂମପାନ କରି ବେଙ୍ଗଲୁରୁରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ଅହମ୍ମଦାବାଦରୁ ବେଙ୍ଗଳୁରୁ ଅଭିମୁଖେ ଯାଉଥିବା ଏହି ବିମାନର ଶୌଚାଳୟରେ ଜଣେ ବ୍ୟକ୍ତି ବିଡ଼ି ପିଉଥିବା, କ୍ରୁ ମେମ୍ବରମାନେ ଦେଖିବାକୁ ପାଇଥିଲେ।

ଏହାପରେ ବିମାନର କ୍ରୁ ସଦସ୍ୟମାନେ ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିବା ସହ ବିମାନ ବେଙ୍ଗଳୁରୁରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ସିଆଇଏସ୍‌ଏଫ୍‌ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ୫୬ ବର୍ଷିୟ ଏମ୍‌. ପ୍ରବୀଣ କୁମାର ବୋଲି ଜଣାପଡ଼ିଛି ।

ସେ ରାଜସ୍ଥାନ ପାଲି ଜିଲ୍ଲା ମାରୱାର ଜଙ୍କସନର ବାସିନ୍ଦା। ଜେରା ବେଳେ ସେ ସ୍ୱୀକାର କରିଥିଲା ଯେ, ସେ ସବୁବେଳେ ଟ୍ରେନ ଶୌଚାଳୟରେ ବିଡ଼ି ପିଏ, ଏଣିୁ ବିମାନରେ ବି ବିଡ଼ି ପିଇବାକୁ ଭାବିଥିଲା । ପ୍ରବୀଣଙ୍କୁ ଗିରଫ କରିବା ପରେ ତାଙ୍କୁ ବେଙ୍ଗାଲୁରୁର ସେଣ୍ଟ୍ରାଲ ଜେଲକୁ ପଠାଇ ଦିଆଯାଇଛି।

ପ୍ରଥମ ଥର ପାଇଁ ବିମାନରେ ବିଡ଼ି ପିଉଥିବା ଜଣେ ଯାତ୍ରୀ ଧରାପଡ଼ିଛନ୍ତି । ଏହାପୂର୍ବରୁ ଗତ ଏପ୍ରିଲ ମାସରେ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ନିଶାଶକ୍ତ ଅବସ୍ଥାରେ ଜରୁରୀକାଳୀନ କବାଟ ଫ୍ଲାପ ଖୋଲିବାକୁ ଚେଷ୍ଟା କରିଥିଲେ । ଯାହାପରେ ୪୦ ବର୍ଷୀୟ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।