ଥାନା ନିକଟରେ ବସ୍ ଉପରକୁ ଗୁଳିମାଡ଼, ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା
ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍କୁ ଗୁଳିମାଡ଼ କରାଯାଇଛି । ତେବେ ବସ୍ରେ ଥିବା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ।
![bus](https://knewsodisha.com/wp-content/uploads/2023/05/bus.jpg)
ବୈପାରୀଗୁଡ଼ା(କେନ୍ୟୁଜ୍): ବୈପାରୀଗୁଡ଼ାରେ ଚାଞ୍ଚଲ୍ୟ । ଥାନା ନିକଟରେ ଯାତ୍ରୀବାହୀ ବସ୍ ଉପରକୁ ଗୁଳିମାଡ଼ ହୋଇଛି । ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍କୁ ଗୁଳିମାଡ଼ କରାଯାଇଛି । ତେବେ ବସ୍ରେ ଥିବା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ସମ୍ପୃକ୍ତ ବସ୍କୁ ବୈପାରୀଗୁଡ଼ା ଥାନାରେ ରଖାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।