ପୁଅକୁ ଖୋଜି ଖୋଜି ବାପା କାଲିଠାରୁ ଘରକୁ ଫେରିନାହାନ୍ତି, କାନ୍ଦି କାନ୍ଦି ମା’ଙ୍କ ଅବସ୍ଥା ବେହାଲ୍

ସନ୍ଦେହ କରାଯାଉଛି କି ସେ କାଳେ ରେଜଲ୍ଟରେ ଭଲ ପରସେଣ୍ଟ ହୋଇନଥିବାର କାରଣରୁ କେଉଁ ଆଡେ ଚାଲି ଯାଇଛନ୍ତି।  କିନ୍ତୁ ବାସ୍ତବରେ ତାଙ୍କର ୭୨ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ସାଇଙ୍କ ବାପା ମିଡିଆ ଦ୍ବାରା ଅପିଲି କରିଛ‘‘ନ୍ତି ପୁଅରେ ଘରକୁ ଫେରିଆ ତୋର ଭଲ ନମ୍ବର ଅଛି। ’’

ଭୁବନେଶ୍ବର(କେନ୍ୟୁଜ୍): ଆଜି ବାହାରିଛି ମାଟ୍ରିକ ରେଜଲ୍ଟ। ଅନେକ କୃତକାର୍ଯ୍ୟ ହୋଇଥିବା ଛାତ୍ରଛତ୍ରୀ ଖୁସି ମନାଉଛନ୍ତି । କିନ୍ତୁ ଭୁବନେଶ୍ବରର ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଅରୁପ ପଣ୍ଡାଙ୍କ ଘରେ ଦୁଇ ଦିନ ହେବ ରୋଷେଇ ହୋଇନାହିଁ। କାରଣ ତାଙ୍କ ପୁଅ ସାଇ ପ୍ରସାଦ ପଣ୍ଡା କାଲି ସନ୍ଧ୍ୟାରୁ ନିଖୋଜ ଅଛନ୍ତି। ସନ୍ଦେହ କରାଯାଉଛି କି ସେ କାଳେ ରେଜଲ୍ଟରେ ଭଲ ପରସେଣ୍ଟ ହୋଇନଥିବାର କାରଣରୁ କେଉଁ ଆଡେ ଚାଲି ଯାଇଛନ୍ତି।  କିନ୍ତୁ ବାସ୍ତବରେ ତାଙ୍କର ୭୨ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ସାଇଙ୍କ ବାପା ମିଡିଆ ଦ୍ବାରା ଅପିଲି କରିଛନ୍ତି ‘‘ପୁଅରେ ଘରକୁ ଫେରିଆ ତୋର ଭଲ ନମ୍ବର ଅଛି। ’’

 ସୂଚନା ଅନୁସାରେ, ସାଇ ପ୍ରସାଦ ଗତ ସନ୍ଧ୍ୟାରେ ସହିଦ ନଗର ସ୍ଥିତ ଏକ କୋଚିଙ୍ଗ ସେଣ୍ଟରକୁ ଯାଇଥିଲେ। କ୍ଲାସ୍‌ ସରିବା ପରେ ସେ ଘରକୁ ଫେରିନଥିଲେ । ପରିବାର ଲୋକ ସାଇ ପ୍ରସାଦଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ଶେଷରେ ସହିଦ ନଗର ଥାନାରେ ଏଫଆଇଆର ଦେଇଛନ୍ତି ବାପା।  ଗଲାବେଳେ ସେ ଗୋଟିଏ ନାଲି ରଙ୍ଗର ହର୍କୁଲେସ ସାଇକେଲରେ ଯାଇଥିଲେ। ହେଲେ ପରିବାର ଲୋକଙ୍କ କହିବାକୁ ମୁତାବକ ସେ ଏଯାଏଁ ଘରକୁ ଫେରି ନାହାନ୍ତି। ସହିଦନଗରରୁ -ଲକ୍ଷ୍ମୀସାଗର ଭିତରେ ସେ କେଉଁଆଡେ ଚାଲି ଯାଇଛଉନ୍ତି ବୋଲି ସନ୍ଦେହ କରାଯାଉଛି। ୧୬ ବର୍ଷ ବୟସ୍କ ସାଇଙ୍କୁ ଯଦି କେହି ଦେଖନ୍ତି ତେବେ 9777928313ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି।

ଚଳିତ ମାଟ୍ରିକ୍ ପରୀକ୍ଷାରେ ୯୦% ମାର୍କ ରଖିବେ ବୋଲି ସାଇ ପ୍ରସାଦ ଆଶା ରଖିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଯୁକ୍ତ ଦୁଇ ବାଣିଜ୍ୟ ପଢିବା ଲାଗି ସେ ସହିଦ ନଗରସ୍ଥିତ ଏକ କୋଚିଙ୍ଗ ସେଣ୍ଟରକୁ କୋଚିଂ ଲାଗି ଯାଉଥିଲେ । ହେଲେ ରେଜଲ୍ଟ ବାହାରିବାର ପୂର୍ବରୁ ସାଇ ପ୍ରସାଦ ନଖୋଜ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସାଇଙ୍କର କାହା ସହ ଝଗଡ଼ା କରନ୍ତି ନାହିଁ କି ତାଙ୍କର କାହା ସହ ଶତ୍ରୁତା ନାହିଁ ବୋଲି ତାଙ୍କ ବାପା କହିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।