Below header

ଏମିତି ଭୟଙ୍କର କୁକୁର କାମୁଡା ଆଗରୁ କେବେବି ଦେଖିନଥିବେ, ଥରେ ନିଶ୍ଚୟ ଦେଖନ୍ତୁ ଭିଡିଓ

ପଞ୍ଜାବର ଜଲନ୍ଧରରେ ଏମିତି ଘଟଣା ଦେଖଚିବାକୁ ମିଳିଲା, ଯାହାକୁ ଦେଖି ଲୋକଙ୍କର ହୋସ୍‌ ଉଡିଗଲା। ଏକ ପୋଷା କୁକୁର ଜଣେ ୧୫ ବର୍ଷ ବାଳକକୁ ଆକ୍ରମଣ କରିଛି। ଏହି ଆକ୍ରମଣର ଭିଡିଓ ଆପଣ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଛାତି ଥରି ଉଠିବ। ଭିଡିଓରେ ଆପଣ ଦେଖିପାରିବେ ଯେ କୁକୁରଟି ବାଳକଟିର ଗୋଡକୁ ଏମିତି ଭାବରେ କାମୁଡି ଧରିଛି ଯେ ଲୋକଙ୍କ ଢ଼େଲା ପଥର ମାଡରେ ବି ଛାଡିବାରେ ନାହିଁ ଧରୁନାହିଁ।

ବେଶ୍‌ କିଛି ସମୟ ଚାଲିଲା ବାଳକ ଆଉ କୁକୁର ଭିତରେ ଏହି ସଂଘର୍ଷ। ଏହାଦେଖି ପାଖରେ ଥିବା ଲୋକମାନେ ବାଳକଟିକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କଲେ। ଏହି ଘଟଣା ମଙ୍ଗଳବାର ସଂଧ୍ୟାରେ। ବାଳକଟି ଟ୍ୟୁସନରୁ ନିଜ ଘରକୁ ଫେରୁଥିଲେ।

dog

ଏହି ସମୟରେ ଗୋଟେ ପୋଷା କୁକୁର ବାଳକଟିର ଗୋଡକୁ କାମୁଡି ଧରିଲା ଏବଂ ସେ ଚିକ୍ତାର କରି ଲୋକଙ୍କୁ ସାହାଯ୍ୟ ମାଗିଲା। ଦେଖଣାହାରୀ ମାନେ କୁକୁରକୁ ଲାଠି ଏବଂ ପଥରରେ ମାରିଲେ ଏବଂ ବାଳକକୁ ବଞ୍ଚାଇବାକୁ ଲୋକମାନେ ନିଜ ଜୀବନକୁ ବାଜି ଲଗାଇଦେଲେ।

https://www.facebook.com/thejagrooproop/videos/173114907307100/

କୁକୁର ଏହା ସତ୍ତ୍ୱେ ମଧ୍ୟ ବାଳକଟିର ପାଦ ଛାଡିଲାନାହିଁ। ବାଳକର ମା ମଧ୍ୟ କେତେକ ଥର ବଞ୍ଚାଇବାକୁ ଚେଷ୍ଟା କଲେ କିନ୍ତୁ କୁକୁର ବହୁତ ଜୋରରେ କାମୁଡି ଧରିଥିଲା। ବାଳକଟିର ଦୁଇଟି ଗୋଡ ଗମ୍ଭୀର ଭାବରେ ଆଘାତ ହୋଇଛି। ବାଳକଟିକୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବାଳକର ମାତା-ପିତା ପୋଲିସରେ ଅଭିଯୋଗ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.