ଭିଜିଲା ଓଡିଶା, ବଢିବ ଜାଡ, ଆସନ୍ତା ୨୪ ଘଣ୍ଟା ବର୍ଷା ଭିତରେ ବଢିପାରେ ଶୀତ ଓ କୁହୁଡି

କେନ୍ୟୁଜ୍(ବ୍ୟୁରୋ):  ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଜାରି ରହିଛି ଝିପିଝିପି ବର୍ଷା  । କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବରୁ ସୂଚନା ଦେଇଥିଲା ପାଣିପାଗ ବିଭାଗ। ସୂଚନା ଅନୁଯାୟୀ କେତେକ ସ୍ଥାନରେ ବି ବର୍ଷା ଆରମ୍ଭ ହୋଇଯାଇଛି | ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ ସୁନ୍ଦରଗଡ ଓ ଅନୁଗୁଳ କେତେକ ସ୍ଥାନରେ ସ୍ବଳ୍ପ ବର୍ଷାର  ସମ୍ଭାବନା ଥିବା ନେଇ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ଉତ୍ତର ଓଡିଶାର କିଛି  ସ୍ଥାନ ସମେତ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଖୋର୍ଧା, ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା କାଲି ସୁଦ୍ଧା କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ଖୋର୍ଧା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁରର କିଛି ସ୍ଥାନରେ ବର୍ଷା ସହ ଘଡଘଡି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୩୦ ପରେ କୁହୁଡି ବଢିବାର ଆଶଙ୍କା ରହିଛି। ପୁଣି  ଫେବ୍‌ଆରୀ ୨ ପରେ ଉପକୂଳ  ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.