Below header

ବର୍ତ୍ତମାନର କରୋନାଠୁ ଶହେ ଗୁଣ ଅଧିକ ଭୟଙ୍କର ହୋଇ ଆସିଲା ନୂଆ ଭାଇରସ୍‌, ଦିନକରେ ୧୦ ହଜାର ଲୋକଙ୍କୁ ନେଲା ନିଜ କବ୍‌ଜାକୁ

ଥମିବାର ନାଁ ଧରୁନି କରୋନା ପ୍ରକୋପ। କିଛି ଦିନ ଧରି ସୁପ୍ତ ଅବସ୍ଥାରେ ରହିବା ପରେ ପୁଣି ଥରେ ନିଜ ରୂପ ଦେଖାଇଛି ଏହି ଭାଇରସ୍‌। କରୋନା ଭାଇରସ୍‌ ପୁଣିଥରେ ନିଜ କାୟା ମେଲାଇବା ଆରମ୍ଭ କରିଛି। ପୂର୍ବ ଥର ଚୀନ୍‌ରୁ କରୋନା ବ୍ୟାପିବା ଆରମ୍ଭ କରିଥିବା ବେଳେ ଏଥରକ ଏହି ନୂଆ କରୋନା ଭାଇରସ୍‌ ଲଣ୍ଡନରୁ ବଂଶ ବିସ୍ତାର କରୁଛି। ପୂର୍ବ ତୁଳନାରେ ଅଧିକ ଭୟଙ୍କର ହୋଇଯାଇଛି କରୋନା। ଏହି ନୂଆ କରୋନା ଭାଇରସ୍‌ ବର୍ତ୍ତମାନର ଭାଇରସ୍‌ ଅପେକ୍ଷା ଖୁବ୍‌ ଦ୍ରୁତ ବେଗରେ ବ୍ୟାପୁଛି। ମାତ୍ର କିଛି ଦିନ ମଧ୍ୟରେ ଲଣ୍ଡନ୍‌ର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଜ କବ୍‌ଜାକୁ ନେଇ ସାରିଲାଣି ଏହି ନୂଆ ଭାଇରସ୍‌।

ବିଶେଷଜ୍ଞଙ୍କ ମୁତାବକ, ନୂଆ ଭାଇରସ୍‌ ପୂର୍ବ ଭାଇରସ୍‌ ତୁଳନାରେ ଅଧିକ ଭୟଙ୍କର ଓ ଘାତକ। ଏହା ଖୁବ୍‌ ଦ୍ରୁତ ବେଗରେ ବ୍ୟାପୁଛି। ଫଳରେ ଡର ବଢ଼ିବାରେ ଲାଗିଛି। ବର୍ତ୍ତମାନ ଲଣ୍ଡନ ଓ ଦେଶର ଦକ୍ଷିଣ ପୂର୍ବ ଅଞ୍ଚଳରେ ଏହି ଭାଇରସ୍‌ର ସଂକ୍ରମଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିଯାଇଛି। ମାତ୍ର ଏବେ ଯାଏଁ ଏହା କେତେ ଶକ୍ତିଶାଳୀ ଓ ଏହା ଉପରେ ଟିକାର ପ୍ରଭାବ ପଡ଼ିବ କି ନାହିଁ ତାହା ଜଣାପଡ଼ିନାହିଁ। କିନ୍ତୁ ଦ୍ରୁତ ସଂକ୍ରମଣକୁ ଦେଖି ଏହା ଅଧିକ ଭୟାନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Virus

ସଂକ୍ରମଣ ବଢ଼ୁଥିବାରୁ ଏବେ ଲଣ୍ଡନରେ ସାଧାରଣ ଲୋକଙ୍କ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦେଶରେ ସଂକ୍ରମଣ ରୋକିବାକୁ ପୁନଃ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବ୍ରିଟେନ୍‌ ସମେତ ଇଟାଲୀ ଓ ଅଷ୍ଟ୍ରିଆରେ ସଂକ୍ରମଣକୁ କମାଇବାକୁ ଖ୍ରୀଷ୍ଟମାସ୍‌ ପାଳନ ମଧ୍ୟ ବନ୍ଦ କରାଯାଇଛି। ତେବେ ନୂଆ କରୋନା ଭାଇରସ୍‌କୁ ଚିହ୍ନଟ କରିବା ଏବେ ବୈଜ୍ଞାନିକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପୂର୍ବ କରୋନା ଭାଇରସ୍‌କୁ ଚିହ୍ନଟ କରିବାକୁ ସ୍ୱାବ୍‌ ଟେଷ୍ଟ କରାଯାଉଥିବା ବେଳେ ଏହି ନୂଆ ଭାଇରସ୍‌ ପାଇଁ ସ୍ୱାବ୍‌ ଟେଷ୍ଟ କେତେକ ଦୂର ସକ୍ଷମ ସେ ନେଇ ଗବେଷଣା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.