ମାଓ ଦମନ ଅଭିଯାନରେ କନ୍ଧମାଳ ପୋଲିସକୁ ସଫଳତା, ୧୭ ତାରିଖରେ ହୋଇଥିବା ଗୁଳି ବିନିମୟ ପରେ ମାଓ କ୍ୟାମ୍ପ ଧ୍ୱଂସ

କେନ୍ୟୁଜ୍(ବ୍ୟୁରୋ):  ମାଓ ଦମନ ଅଭିଯାନରେ କନ୍ଧମାଳ ପୋଲିସକୁ ସଫଳତା । ଗୋଛାପଡା ଥାନା ଅନ୍ତର୍ଗତ ବିରେନି ଜଙ୍ଗଲରେ ଗତ ୧୭ ତାରିଖରେ ହୋଇଥିବା ଗୁଳି ବିନିମୟ ପରେ ମାଓ କ୍ୟାମ୍ପ ଧ୍ୱଂସ । ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।

ଘଟଣାସ୍ଥଳରୁ ଜବତ ହୋଇଛି ଦୁଇ ଗୋଟି ଦେଶୀ ବନ୍ଧୁକ ଓ ବହୁ ମାଓ ସାମଗ୍ରୀ । ଜଣେ ମିଲେସିଆ ମାଓବାଦୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ବର୍ତ୍ତମାନ ବିରେନି ଜଙ୍ଗଲରେ କମ୍ବିଂ ଅପେରସନ ଚାଲିଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି । କେକେବିଏନ ଡିଭିଜନର ମାଓବାଦୀଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.