Below header

ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍‌ ଗୁଳିକାଣ୍ଡରେ ମରିଛନ୍ତି ୫ ଜଣ ଭାରତୀୟ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି । ଏଥିରେ ୫ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ଆଜି ନ୍ୟୁଜିଲାଣ୍ଡ ସ୍ଥିତ ଭାରତୀୟ ହାଇକମିଶନ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡ ପୋଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ବ୍ରେଣ୍ଟନ୍‌ ଟାରାଣ୍ଟ ହିଁ ଏକମାତ୍ର ବ୍ୟକ୍ତି ଯିଏକି ଏହି ଗଣ ହତ୍ୟା କରିଛି । ମୃତ ଭାରତୀୟମାନେ ହେଲେ ମେହବୁବ ଖୋଖର, ରମିଜ୍‌ ଭୋରା, ଆସିଫ ଭୋରା, ଆନସି ଆଲିବାବା ଏବଂ ଓଜାଇର କାଦିର । ମୃତକଙ୍କ ମଧ୍ୟରେ ତିନି ଜଣ ଗୁଜରାଟର ବାସିନ୍ଦା ।
ପୂର୍ବରୁ କୁହାଯାଉଥିଲା କି ୯ ଜଣ ଭାରତୀୟଙ୍କର ପତ୍ତା ମିଳୁ ନାହିଁ । ତେବେ ପରେ ସ୍ଥାନୀୟ ପୋଲିସ୍‌ ଯାଞ୍ଚ କରି ଗୁଳିକାଣ୍ଡରେ ୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ।
ହତ୍ୟାକାରୀ ଟାରାଣ୍ଟ ଭାଷାରେ ଭାରତ, ଚୀନ୍‌ ଓ ତୁର୍କୀ ଭଳି ଦେଶର ଲୋକେ ଆମ ଦେଶ ପାଇଁ ହେଉଛନ୍ତି ଅନୁପ୍ରବେଶକାରୀ । ସେମାନେ ଆମ ଦେଶର ଶତ୍ରୁ । ସୂଚନା ଅନୁଯାୟୀ ନ୍ୟୁଜିଲାଣ୍ଡରେ ପ୍ରାୟ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ପରିବାର ବାସ କରୁଛନ୍ତି । ଏମାନଙ୍କ ମଧ୍ୟରେ ଛାତ୍ରଙ୍କ ସଂଖ୍ୟା ହେଉଛି ୩୦ ହଜାରରୁ ଅଧିକ ।

ଶୁଣନ୍ତୁ ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ୍‌…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.