ଶେଷ ହୋଇଛି ଆଦିବାସୀଙ୍କ ପାରମ୍ପରିକ ପୋଢ଼ଯାତ୍ରା

କନ୍ଧମାଳ (କେନ୍ୟୁଜ୍) : ଶେଷ ହୋଇଛି ସାତଦିନ ଧରି ଚାଲିଥିବା ଆଦିବାସୀଙ୍କ ପାରମ୍ପରିକ ପୋଢ଼ଯାତ୍ରା । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ୪ଟି ପଞ୍ଚାୟତରେ ଏହି ଯାତ୍ରା ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି। ଧରଣୀ ପେନୁ ବା ମାଟି ମାଆକୁ ଖୁସି କରିବା ପାଇଁ ପାରମ୍ପରିକ ରୀତିନୀତିରେ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଧରଣୀ ପେନୁ ଖୁସି ହେଲେ ଭଲ ଫସଲ ସାଙ୍ଗକୁ ରୋଗବ୍ୟାଧିରୁ ମୁକ୍ତି ମିଳିବ ବୋଲି ବିଶ୍ୱାସ ରହିଛି ।

କନ୍ଧମାଳ ଜିଲ୍ଲା ମହାସିଂ ଗାଁରେ ପ୍ରଥମେ ଆରମ୍ଭ ହୋଇଥାଏ ଯାତ୍ରା । ପରେ ପରେ ଅନ୍ୟ ଗାଁ ଲୋକେ ପୂଜା କରିଥାନ୍ତି । ସାତଦିନ ଧରି ଚାଲୁଥିବା ଏହି ଯାତ୍ରାରେ ପ୍ରତି ଦିନ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଯାତ୍ରାରେ ପଶୁବଳୀ ପରମ୍ପରା ଆଜି ମଧ୍ୟ ରହିଥିବା ଦେଖିବାକୁ ମିଳେ । ସାତଦିନ ଯାତ୍ରାରେ ପୂଜାପାଠ, ନାଚଗୀତ ଓ ଭୋଜିଭାତରେ ମସଗୁଲ ହୋଇଥାନ୍ତି ଅଞ୍ଚବାସୀ । ଘରେ ଘରେ ଭୋଜିଭାତ ସାଙ୍ଗକୁ ଜମିଥିଲା ବନ୍ଧୁବାନ୍ଧବଙ୍କ ଭିଡ଼ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.