Below header

ଦିଲ୍ଲୀରେ ଚାଲିଛି ବିଚାର ବିମର୍ଶ,ଆସନ୍ତାକାଲି ସୁଦ୍ଧା କଂଗ୍ରେସ ଘୋଷଣା କରିବ ପ୍ରାର୍ଥୀ ତାଲିକା

ଭୁବନେଶ୍ବର (କେନ୍ୟୁଜ୍) : ନିର୍ବାଚନ ପାଇଁ ଟିକେଟ କସରତ ଜାରି । ଆସନ୍ତାକାଲି ସୁଦ୍ଧା କଂଗ୍ରେସ ଘୋଷଣା କରିବ ପ୍ରାର୍ଥୀ ତାଲିକା । ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ ପରେ ଓଡ଼ିଶା ପ୍ରଭାରୀ ଟି.ଏସ୍. ସିଂଦେଓ ଏହି ସୂଚନା ଦେଇଛନ୍ତି । ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପଠାଯାଇଥିବା ପ୍ରାର୍ଥୀ ତାଲିକା ଉପରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକରେ ବିଚାର ବିମର୍ଶ କରାଯାଇଛି ।

କିଛି ଆସନରେ ଏକାଧିକ ଆଶାୟୀ ଅଛନ୍ତି । ସେଠାରେ ଜଣେ ଜଣେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରି ସେମାନଙ୍କ ନାମ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିକୁ ସୁପାରିଶ କରାଯାଇଛି । ପରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆଲୋଚନା ହୋଇଛି । ସ୍କ୍ରିନିଂ କମିଟି ବୈଠକରେ ଓଡ଼ିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.